(Breaking) ଶ୍ରୀମନ୍ଦିର ଜଗିବାକୁ ହେବ ସ୍ପେଶାଲ ବାଟାଲିୟନ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କରିବେ କାମ

ଭୁବନେଶ୍ୱର – ଶ୍ରୀମନ୍ଦିର ପ୍ରତି ଓଡିଆଙ୍କ ପରିଚୟ । ଏହାର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ (ଏସଏସଏମଏସଭି) । ଏନେଇ ସରକାର ନିଷ୍ପତ୍ତି ନେଉଛନ୍ତି । ତେବେ ଏହି ସ୍ୱତନ୍ତ୍ର ବାଟାଲିୟନ ପାଇଁ ବର୍ତ୍ତମାନ ପୋଲିସ ବିଭାଗରୁ ହିଁ କର୍ମଚାରୀଙ୍କୁ ନିଆଯିବ । ଗୋଟିଏ ବାଟାଲିୟନରେ ଯେତିକି କର୍ମଚାରୀ ରହିବା କଥା ସେତିକି ରହିବେ । ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ କହିଛନ୍ତି କି, ବର୍ତ୍ତମାନ ପାଇଁ କର୍ମଚାରୀ ସାଧାରଣ ପୋଲିସ ବିଭାଗରୁ ନିଆଯିବ । ଜେଟିପି ମଧ୍ୟ ଗଠନ ହେବ । ଏସବୁର ଦାୟିତ୍ୱ ପୁରୀ ଏସପିଙ୍କ ତତ୍ୱାବଧାନରେ ଚାଲିବ । ଏସଏସଏମଏସଭି ଓ ଜେଟିପି ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସୁରକ୍ଷାଭାର ନେବେ । ସେମାନେ ମନ୍ଦିର ଭିତର ଓ ବାହାର ବ୍ୟବସ୍ଥାର ତଦାରଖ କରିବେ । ସାଧାରଣ ଦିନରେ ଭକ୍ତଙ୍କ ଶୃଙ୍ଖଳିତ ତଥା ସୁବିଧାପୂର୍ଣ୍ଣ ଦର୍ଶନ ଦିଗରେ କାମ କରିବେ । ଏହା ବ୍ୟତୀତ ଏହି ବାଟାଲିୟନ ରଥ ଯାତ୍ରାକୁ ସୁରୁଖୁରୁରେ ସଂଗଠିତ କରିବା ଦିଗରେ କାମ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।