ପ୍ରେମୀକାର ମୃତ୍ୟୁ ପରେ ଫେରାର୍ ହେଲେ ଲବ ହାଁସଦା, ବିଦେଶ ଚାଲିଯାଇଥିବା ନେଇ ଖବର

ବିବାଦରେ ୟୁଟ୍ୟୁବର ଲବ ହାଁସଦା । କେଉଁଠି ଲୁଚିଛନ୍ତି ଲବ ।

ଭୁବନେଶ୍ୱର: ଫେମସ୍ ୟୁଟ୍ୟୁବର ଲବ ହାଁସଦାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତାଙ୍କ ବିରୋଧରେ ବେଲାଙ୍ଗାଲୁରୁ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଲବଙ୍କ ପତ୍ତା ଏବେ ମିଳୁନାହିଁ ।

ଲବଙ୍କସହ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି । ପ୍ରେମିକାଙ୍କ ଆତ୍ମହତ୍ୟା ପରେ ସେ ଏବେ କେଉଁଠି, କ’ଣ କରୁଛନ୍ତି, ତାହା ଜଣାପଡ଼ୁନାହିଁ । ଏଥିସହ କୌଣସି ଗଣମାଧ୍ୟମ ମଧ୍ୟ ଲବଙ୍କ ପ୍ରତିକ୍ରିୟା ନେବାରେ ସଫଳ ହୋଇ ନାହାନ୍ତି ।

ଏତେ ସବୁ ପରେ ଲବଙ୍କ ବିରୋଧରେ ଏକାଧିକ ଯୁବତୀ ସଙ୍ଗୀନ ଅଭିଯୋଗ କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ଏକାଧିକ ଅପରାଦିକ ମାମଲା ରହିବା ସହ ସାନ୍ତାଳୀ କମ୍ୟୁନିଟି ଏବେ ଲବଙ୍କ ବିରୋଧରେ ।

ବିହାରର ଯୁବତୀଙ୍କ ସହ ଲବଙ୍କ ପ୍ରେମ ସମ୍ପର୍କ ଥିଲା । ଦୁହିଁଙ୍କର ବହୁ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯୁବତୀ ସୋଲମୀ ୧୩ ତାରିଖରେ ଆତ୍ମହତ୍ୟା କରିଥିଲେ । ଲବ ବିଦେଶ ଚାଲିଯାଇଥିବାନେଇ ମଧ୍ୟ କୁହାଯାଉଛି ।

ଏ ନେଇ ସୋଲମୀଙ୍କ ପରିବାର ଲୋକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସୋଲମୀଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ ସୋଲମୀ ଓ ଲବ ସମ୍ପର୍କରେ ଥିଲେ । ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ନେଇ ଲବଙ୍କ ସହ ସୋଲମୀଙ୍କ ଝଗଡ଼ା ହୋଇଥିଲା । ଲବଙ୍କ ବ୍ୟବହାର ସୋଲମୀଙ୍କ କଷ୍ଟ ଦେବା ନେଇ ସେ ଇନଷ୍ଟାରେ ପୋଷ୍ଟ କରିଥିଲେ ।

କିନ୍ତୁ ଏହା କିଛି ସମୟ ପରେ ଡିଲେଟ ହୋଇଯାଇଥିଲା । ଖବର ମୁତାବକ ଲବଙ୍କ ପାଖରେ ସଲୋମୀଙ୍କ ଇନଷ୍ଟା ଆକାଉଣ୍ଟ ପାସୱାର୍ଟ ଥିଲା । ଲବ ଳହି ପୋଷ୍ଟକୁ ଡିଲେଟ କରିଥିବା ନେଇ ସନ୍ଦେହ କରାଯାଉଛି ।

ବେଙ୍ଗାଲୁରୁ ପୋଲିସ ପକ୍ଷରୁ ଘଟଣା ତଦନ୍ତ ଆରମ୍ଭ ହୋଇଥିବାବେଳେ ଲବଙ୍କର ବର୍ତ୍ତମାନ ସମୟରେ କୌଣସି ଖୋଜଖବର ମିଳିପାରି ନାହିଁ ।