ହଠାତ୍ ଥରି ଉଠିଲା ଏହି ଅଞ୍ଚଳ, ଜାଣନ୍ତୁ ଏହାର କାରଣ

କାଠମାଣ୍ଡୁ: ନେପାଳ କାସ୍କି ଜିଲ୍ଲାରେ ଥିବା ସିନୁୱାରେ ଭୂକମ୍ପ । ୪.୭ ତୀବ୍ରତା ବିଶିଷ୍ଠ ଭୂକମ୍ପ ଅନୁଭୂତ ହୋଇଛି ।

ନେପାଳର ରାଜଧାନୀ କାଠମାଣ୍ଡୁରୁ ଏହି ଅଞ୍ଚଳର ଦୂରତା ୨୫୦ କିଲୋମିଟର । ସମୟ ପ୍ରାୟ ୧ଟା ବାଜି ୫୯ ମିନିଟରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି ।

ଭୂକମ୍ପରେ ସ୍ଥାନୀୟଅଞ୍ଚଳରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି । ସ୍ଥାନୀୟ ଅଞ୍ଚଳର ଲୋକମାନେ ମୃଦୁ ଭୂକମ୍ପ ଝଟକା ଅନୁଭୂତ କରିଥିବା କହିଛନ୍ତି ।

ଗତ ୧୪ ତାରିଖରେ ନେପାଳରେ ଏକ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ବେଶୀ ନଥିବାବେଳେ କୌଣସି ପ୍ରକାର କ୍ଷୟକ୍ଷତି ଖବର ହୋଇ ନଥିଲା ।