ଜୁନ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଜୁନ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ୱର: ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ ୨୩ରେ ହେବ ଉପନିର୍ବାଚନ । ୪୩ ସରପଞ୍ଚ, ୨୭୨ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହେବ । ଆସନ୍ତାକଲି ବ୍ଲକ, ପଞ୍ଚାୟତ, ୱାର୍ଡରେ ନୋଟିସ୍ ଜାରି ହେବ ।

ସୂଚନା ମୁତାବକ, ଆସନ୍ତା ୨୬ରୁ ୩୧ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ୨୬,୨୮,୨୯,୩୦ ଏବଂ ୩୧ ତାରିଖରେ ନାମାଙ୍କନ ଦାଖଲ ହେବ । ଜୁନ ୨ରେ ନାମାଙ୍କନ ଯାଞ୍ଚ ହେବ ଏବଂ ୪ରେ ପ୍ରତ୍ୟାହାର ହେବ ।

ଜୁନ ୨୩ରେ ସକାଳ ୭ଟାରୁ ଦିନ ୧ ଯାଏଁ ହେବ ମତଦାନ । ୨୪ ତାରିଖରେ ବ୍ଲକ ଅଫିସରେ ହେବ ଭୋଟ ଗଣତି ।