ଚାଉଳକୁ ନେଇ ଏମିତି କ’ଣ କହିଦେଲେ ଜାପାନ କୃଷି ମନ୍ତ୍ରୀ, ତାଙ୍କୁ ହଠାତ୍ ଦେବାକୁ ପଡ଼ିଲା ଇସ୍ତଫା, ଜାଣନ୍ତୁ
କୃଷି ମନ୍ତ୍ରୀ ନିଜ ପଦବୀରୁ ଦେଲେ ଇସ୍ତଫା, ଚାଉଳକୁ ନେଇ ଦେଇଥିଲେ ଏହି ବୟାନ
ନୂଆଦିଲ୍ଲୀ: ଜାପାନର କୃଷି ମନ୍ତ୍ରୀ ତକୁଏତୋ ଚାଉଳକୁ ନେଇ ଦେଇଥିବା ଏକ ବିବାଦୀୟ ବୟାନ ପାଇଁ ବୁଧବାର ଦିନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏତୋ କହିଥିଲେ ଯେ, ତାଙ୍କୁ କେବେ ଚାଉଳ କିଣିବାର ଆବଶ୍ୟକତା ପଡିନାହିଁ ।
କାରଣ ତାଙ୍କ ସମର୍ଥକ ତାଙ୍କୁ ଚାଉଳ ଉପହାର ଦିଅନ୍ତି । ଏହି ବିବୃତ୍ତି ଏଭଳି ସମୟରେ ଆସିଛି, ଯେତେବେଳେ ଜାପାନରେ ଚାଉଳର ଅଭାବ ଏବଂ ମୂଲ୍ୟରେ ବୃଦ୍ଧି ସାଧାରଣ ଜନତାଙ୍କୁ ସମସ୍ୟାରେ ପକାଇଛି ।
ଏହି ବୟାନକୁ ନେଇ ଜନତାଙ୍କ କ୍ରୋଧ ଦେଖିବାକୁ ମିଳିଛି, ଯାହାପରେ କୃଷିମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ଦାବି କରାଯାଇଛି ।
ବୁଧବାର ଦିନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ନିଜ ଇସ୍ତଫା ଦେଇଛନ୍ତି, ଯାହାକୁ ସ୍ୱୀକାର କରାଯାଇଛି । ଏତୋ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଇସ୍ତଫା ଦେବା ପରେ ସେ ସମ୍ବାଦିକମାନଙ୍କୁ କହିଛନ୍ତି ଯେ, ଯେତେବେଳେ ଲୋକମାନେ ଚାଉଳର ଦର ବଢିବା ହେତୁ ଅସୁବିଧାରେ ଅଛନ୍ତି, ଏହି ସମୟରେ ମୁଁ ଏକ ଅନୁଚିତ ବୟାନ ଦେଇଛି ।
ମୋତେ ଲାଗିଲା ଯେ, ସରକାରଙ୍କୁ ଚାଉଳର ମୂଲ୍ୟ କମ କରିବା ଆବଶ୍ୟକ, ଏଥିପାଇଁ ମୁଁ ଏହି ପଦବୀରେ ରହିବା ଆବଶ୍ୟକତା ନୁହେଁ । ସେ ଲୋକଙ୍କୁ କ୍ଷମା ମାଗିଛନ୍ତି ଏବଂ ନିଜ କଥାକୁ ଫେରାଇ ନେଇଛନ୍ତି । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ସେ ନିଜେ ଚାଉଳ କିଣୁଛନ୍ତି । ଏବଂ ଉପହାରରେ ମିଳୁଥିବା ଚାଉଳ ଉପରେ ବି ନିର୍ଭରଶୀଳ ।