ଭୁବନେଶ୍ୱର ୟୁନିଟ୍-୨ରେ ଭଙ୍ଗା ହେବ ୪୧୦ ସରକାରୀ ଘର, ହେବ କ୍ୟାପିଟାଲ ଡେଭଲପମେଣ୍ଟ ପ୍ରକଳ୍ପ

ଭୁବନେଶ୍ୱର: ଭୁବନେଶ୍ୱରରେ ଭଙ୍ଗାଯିବ ସରକାରୀ ଘର । ୪୧୦ ସରକାରୀ ଘର ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ।

କାର୍ଯ୍ୟକାରୀ ହେବ କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରକଳ୍ପ । ୟୁନିଟ୍-୨ ଅଞ୍ଚଳରେ ଏହି ପ୍ରକଳ୍ପ କରାଯିବ ।

ପୂର୍ବରୁ ୧୯୦ଟି ସରକାରୀ ଘର ଖାଲି ରହିଛି । ୯୦ଟି ଘରେ ବେଆଇନ ଭାବେ ରହୁଛନ୍ତି ଲୋକେ ।

ଭୁବନେଶ୍ୱରରେ ଭଡ଼ାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସରୁ ଉଚ୍ଛେଦ ଜାରି ରହିଛି। ୟୁନିଟ-୨ ଅଞ୍ଚଳରେ ଜବରଦଖଲ କ୍ୱାର୍ଟର୍ସରୁ ଉଚ୍ଛେଦ ଜାରି ରହିଛି। ଲଗାତାର ଦ୍ୱିତୀୟ ଦିନରେ ମିଳିତ ସ୍କ୍ୱାଡ ପକ୍ଷରୁ ଉଚ୍ଛେଦ ଜାରି ରହିଛି।

ସ୍କ୍ୱାଡ୍ କହିଛନ୍ତି ଯେ, ୯୦ କ୍ୱାର୍ଟର୍ସ ବେଆଇନ ଭାବେ ଜବରଦଖଲ ହୋଇଛି। ୧୧ଟି କ୍ୱାର୍ଟର୍ସରୁ ଉଚ୍ଛେଦ ଶେଷ ହୋଇଛି। ଏଥିସହ ଏହି ଚଢାଉ ଆଗକୁ ଜାରି ରହିବ। ଉଚ୍ଛେଦ ସମୟରେ ସ୍କ୍ୱାଡଙ୍କୁ ଅନେକ ଲୋକେ ବିରୋଧ କରିଛନ୍ତି।

ଘଟଣାସ୍ଥଳରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ସ୍କ୍ୱାଡଙ୍କୁ ଗଣମାଧ୍ୟମ ସାମ୍ନାରେ ଗାଳିଗୁଲଜ କରିଛନ୍ତି ଲୋକେ। ହଠାତ୍ ସେମାନଙ୍କୁ ବାହାର କରାଯିବା କଥା କୁହାଯିବାରୁ ଏଭଳି ବିରୋଧ କରିଛନ୍ତି ଲୋକେ।