ଅଥେନ୍ସ: ଗ୍ରୀସର କ୍ରେଟରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଯାହା ପରେ ଗ୍ରୀସର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି।
ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ମାପ କରାଯାଇଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ସ୍ଥାନୀୟ ସମୟ ଅପରାହ୍ନ 1:51 ରେ ଭୂମିକମ୍ପ ହୋଇଥିଲା, ଯାହା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।
ଏହାର ଝଟକାରେ ବିରାଟ ଘର ଦୋହଲିବାକୁ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି; ଝଟକାରେ ଡରିଯାଏ ଲୋକମାନେ ପରିବାରକୁ ଧରି ବାହାରକୁ ଚାଲିଆସିଥିଲେ।
ସୂଚନା ମୁତାବକ ଭୂକମ୍ପର ଝଟକା ଗ୍ରୀସ ସମେତ ଇଜିପ୍ଟ ଏବଂ ଇସ୍ରାଏଲ ପଯ୍ୟନ୍ତ ଅନୁଭୂତ ହୋଇଛି ।