ନୂଆଦିଲ୍ଲୀ: ମାତ୍ର କେଇଟା ଦିନ ପରେ ଖୋଲିବ ଗୁଜୁରାଟ ଅହମଦାବାଦ୍ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଗୁମର । ଦୁର୍ଘଟଣାଗ୍ରସ୍ତ ଅହମଦାବାଦ ବିମାନର କ୍ଲାକ ବକ୍ସରୁ ଦୁର୍ଘଟଣା ଡେଟା ମିଳିଲା ।
ଏଏଆଇବି ଲାବରେ ସଫଳତାର ସହ ଡେଟା ଡାଉନଲୋଡ କାର୍ଟ୍ୟ ଶେଷ ହୋଇଥିବା ସୂଚନା । ମିଳିଥିବା ସିଭିଆର ଓ ଏଫଡିଆର ଡେଟା ନେଇ ବିଶ୍ଳେଷଣ ଜାରି ରହିଛି ।
ଏତିରୁ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତାହା ଜଣାପଡ଼ିବ । ଦୁର୍ଘଟଣା କାରଣରକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜୁଛି ତାହା ମଧ୍ୟ ଦୂର ହେବ ।
ଗତ 12 ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ବୋଇଂ 717 ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିଲା ।
ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ନିଆଁ ସାଙ୍ଗକୁ ବହନ ମୋଟର ଧୂଆଁ ଦେଖିବାକୁ ମିଳିଛି । ସେହି ସମୟରେ ଦୂରରୁ କଳା ଧୂଆଁର ଏକ ମେଘ ଦେଖାଯାଉଥିଲା। ଏହି ବିମାନରେ 242 ଜଣ ଯାତ୍ରୀ ଥିଲେ।