fbpx

ଡିସେମ୍ବର ୩୧ ସୁଦ୍ଧା ସରିବ ପଦୋନ୍ନତି ପ୍ରକ୍ରିୟା

ଭୁବନେଶ୍ୱର, ୨୩ା୧୨(ଓଡ଼ିଶା ଭାସ୍କର): ପଦୋନ୍ନତି ଯୋଗ୍ୟ ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ଡିସେମ୍ବର ୩୧ ସୁଦ୍ଧା ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟା ଶେଷ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିବର୍ଷ ଡିସେମ୍ବର ୩୧ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଚଳିତ ବ୍ୟବସ୍ଥାରେ ଶୃଙ୍ଖଳା ଓ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ ପଦୋନ୍ନତି ପାଇବା ପାଇଁ ଯେମିତି ହଇରାଣ ନହୁଅନ୍ତୁ । ପଦୋନ୍ନତିରେ ଅହେତୁକ ବିଳମ୍ବ ହେଲେ ଦାୟୀ ରହିବେ ବିଭାଗ ମନ୍ତ୍ରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.