(Video) ଛି ଛି ଛି… ଖାକିରେ ଦାଗ! ପୋଲିସ ବାବୁ କରୁଥିଲେ ଚଡ଼ି ଚୋରୀ, କ୍ୟାମେରାରେ କଏଦ ହେଲା ସବୁ ଦୃଶ୍ୟ…

ଘର ସର୍ଚ୍ଚ କରିବାକୁ ଯାଇ ପୋଲିସ ସାଜିଲା ଚୋର । ଦାମୀ ଜିନିଷ ବଦଳରେ ଚଡ଼ି ଚୋରି କଲା ପୋଲିସ ।

ଇଂଲଣ୍ଡ: ବ୍ରିଟେନରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ପୋଲିସ ବାବୁ ଚଡ଼ି ଚୋରି କରିବାରୁ ଭୋଗିବାକୁ ପଡ଼ିଛି ଜେଲ ଦଣ୍ଡ ।

ଖବରଟି ପଢ଼ିଲାବେଳକୁ ଅସାମାନ୍ୟ ଲାଗିଲେ ବି ସତ । କାରଣ ସମସ୍ତ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମାର୍ସିନ ଜିଲିନସ୍କି ନାମକ ହର୍ଟଫୋରସିରେ ପୋଲିସ ଅଫିସରଙ୍କୁ ମହିଳାଙ୍କ ଚଡ଼ି ଚୋରି କରିବା ଅଭିଯୋଗରେ ବ୍ରିଟେନ ଆଇନ ଅନୁସାରେ ସେକ୍ସନ ୩୨ ଅନ୍ତର୍ଗତ ୪ ମାସ ପାଇଁ ଜେଲ ଦଣ୍ଡ ମିଳିଛି ।

ଘରେ ସର୍ଚ୍ଚ ଅପରେଶନ୍ ସମୟରେ ମହିଳାଙ୍କ ଡ୍ର’ରୁ ପୋଲିସ ଅଫିସର ଗୋଲାପୀ ରଙ୍ଗର ମହିଳା ଅନ୍ତଃବସ୍ତ୍ର ଆଣି ପକେଟରେ ପୁରାଉଥିବାର ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓରେ ମଧ୍ୟ ମାର୍ସିନଙ୍କ କାଣ୍ଡ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ସେ ରୁମରେ ଥିବା ହିଡେନ୍ କ୍ୟାମେରାରେ ସମସ୍ତ ଦୃଶ୍ୟ କ୍ୟାପଚର ହୋଇଛି ।

୨୦୨୪ ନଭେମ୍ବର ମାସରୁ ମାର୍ସିନ ଚାକିରିରୁ ଇସ୍ତଫା ଦେଇସାରିଛନ୍ତି । କିନ୍ତୁ ଅଭିଯୋଗ ପରେ ପୁଣି ମାର୍ସିନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ଯେଉଁଥିରେ ସେ ଦୋଷୀ ପ୍ରମାଣିତ ହେଲେ ଓ ତାଙ୍କୁ ୪ ମାସର ଜେଲ ଦଣ୍ଡ ମିଳିଲା ।

ମାର୍ସିନ ଯେଉଁ ମହିଳାଙ୍କ ଅନ୍ତଃବସ୍ତ୍ର ଚୋରୀ କରିଛନ୍ତି ସେ ଘଟଣା ନେଇ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ସମ୍ପୂର୍ଣ୍ଣ ଘଟଣା ତାଙ୍କୁ ଖବ୍ ବ୍ୟଥିତ କରିଛି । ପୋଲିସ ହୋଇ ଏ ପ୍ରକାର କାର୍ଯ୍ୟ ଆଦୌ ଶୋଭା ପାଉ ନ ଥିବା ସେ କହିଛନ୍ତି ।