୪୦ ବର୍ଷ ବୟସରେ ନିଜ ଡିମ୍ବାରୁ ଫ୍ରିଜ୍ କଲେ ଏହି ଅଭିନେତ୍ରୀ, ବଲିଉଡର ଏହି ନାୟିକାମାନେ ପୂର୍ବରୁ କରିଛନ୍ତି Egg freez
ଏଗ୍ ଫ୍ରିଜ କଲେ ବଲଇଉଡ୍ ଅଭିନେତ୍ରୀ । ଆଗରୁ ଅନେକ ଅଭିନେତ୍ରୀ ନେଇ ସାରିଛନ୍ତି ଏହି ପଦକ୍ଷେପ ।
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରକୁ ଫୋକସରେ ରଖି ନିଜ ପର୍ସନାଲ ଲାଇଫକୁ ପଛରେ ପକାଇ ଦେଇଛନ୍ତି ।
ବାହାଘର , ପିଲା ଜନ୍ମ ଅପେକ୍ଷା ସେମାନେ ଅଭିନୟକୁ ଗୁରୁତ୍ୱ ଦେଉଛନ୍ତି । ମହିଳାଙ୍କ ଶରୀର ଏକ ନିର୍ଦ୍ଧିଷ୍ଟ ସମୟ ପରେ ମା’ ହେବାର କ୍ଷମତାକୁ ହରାଇ ବସେ । ଭଲ ଲାଇଫ ପାର୍ଟନର ମିଳିଲାବେଳକୁ ବୟସ ବଢ଼ିଯାଏ ଫଳରେ ପିଲା ଜନ୍ମ କରିବାରେ ଅସୁବିଧା ଦେଖାଯାଏ ।
ବଲିଉଡ ଅଭିନେତ୍ରୀ ଡେଜି ଶାହା ୪୦ ବର୍ଷ ବୟସରେ କରିଛନ୍ତି ନିଜ ଡିମ୍ବାଣୁ ଫ୍ରିଜିଂ । ଅନେକ ଦିନ ହେବ ଡେଜି କୌଣସି ଫିଲ୍ମରେ ନଜରକୁ ଆସି ନଥିବାବେଳେ ୪୦ ବର୍ଷୀୟା ଅଭିନେତ୍ରୀ ସୋସିଆଲ ମିଡିଆରେ କିନ୍ତୁ ବେଶ୍ ଆକ୍ଟିଭ୍ ।
ଘରଲୋକ ବାହାଘର ପାଇଁ ଚାପ ପକାଉଥିବାବେଳେ ଡେଜି ନିକଟରେ ଦେଖିଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ପିଲା ଜନ୍ମ କରିବାକୁ ମୋତେ କୌଣସି ପୁରୁଷର ଆବଶ୍ୟକତା ନାହିଁ । ମୁଁ ନିଜ ଡିମ୍ବାଣୁ ଫ୍ରିଜ୍ କରି ରଖିଛି ।
ଏ ନେଇ ଡେଜିଙ୍କର ଜଣେ ବନ୍ଧୁ ତାଙ୍କୁ ପରାମର୍ଶ ଦେଇଥିବା ସେ କହିଛନ୍ତି । ବଳିଉଡରେ କେବଳ ଡେଜି ନୁହଁନ୍ତି; ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଡିମ୍ବାଣୁ ଫ୍ରିଜ କରି ରଖିଛନ୍ତି ।
ସେମାନଙ୍କ ଭିତରୁ ଜଣେ ହେଲେ ସିରିଏଳ୍ ଫିଲ୍ମ ନିର୍ଦ୍ଦେଶିକା ତଥା ପ୍ରଯୋଜିକା ଏକତା କପୁର, ରାକ୍ଷୀ ସାୱନ୍ତ, ଅଭିନେତ୍ରୀ କାଜୋଲଙ୍କ ଭଉଣୀ ତନିସା ମୁଖର୍ଜୀ ୩୯ ବର୍ଷ ବୟସରେ ନିଜ ଡିମ୍ବାଣୁ ଫ୍ରିଜ୍ କରିଛନ୍ତି ।
ଏମାନଙ୍କ ବ୍ୟତୀତ ମୋନା ସିଂ ୩୪ ବର୍ଷ ବୟସରେ ଏଗ୍ ପ୍ରିଜ୍ କରିଥିବାବେଳେ ଗାୟିକା କନିକା କପୁର, ଦିବ୍ୟା ଦତ୍ତା, ସୁସ୍ମିତା ସେନ ମଧ୍ୟ ନିଜ ଭବିଷ୍ୟତ ପାଇଁ ଡିମ୍ବାଣୁ ସଂରକ୍ଷଣ କରି ରଖିଛନ୍ତି ।