‘ପରମ ସୁନ୍ଦରୀ’ ଦେଖିବାକୁ ଲୋକେ ପାଗଳ, ୨୪ ଘଣ୍ଟାରେ ବିକ୍ରି ହେଲା ଏତିକି ଟିକେଟ୍
ଦ୍ରୁତଗତିରେ ଚାଲିଛି ‘ପରମ ସୁନ୍ଦରୀ’ର ଆଡଭାନ୍ସ ବୁକିଂ, ଜାଣନ୍ତୁ
ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାନଭୀ କପୁରଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ପରମ ସୁନ୍ଦରୀ’କୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଶୁକ୍ରବାର ଦିନ ସିନେମା ହଲରେ ମୁକ୍ତିଲାଭ କରିବ।
ତେବେ ଗତକାଲିଠାରୁ ଏହି ‘ପରମ ସୁନ୍ଦରୀ’ ପାଇଁ ଆଡଭାନ୍ସ ବୁକିଂ ଖୁବ ଜୋରରେ ଚାଲିଛି। ଆସନ୍ତୁ ଜାଣିବା ଏହି ଫିଲ୍ମ ପ୍ରୀ ଟିକେଟ ସେଲରେ ଏପର୍ଯ୍ୟନ୍ତ କେତେ ଟଙ୍କା ରୋଜଗାର କରିଛି।
ସିଦ୍ଧାର୍ଥ ମଲହୋତ୍ରା ରୋମାଣ୍ଟିକ କମେଡି ‘ପରମ ସୁନ୍ଦରୀ’ ସହ ବଡ଼ ପରଦାରେ କମବ୍ୟାକ୍ କରିଛନ୍ତି। ଏଥିରେ ଜାନଭୀ କପୁର ଲିଡ୍ ରୋଲ ପ୍ଲେ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ତୁଷାର ଜଲୋଟା ଦେଇଛନ୍ତି।
‘ପରମ ସୁନ୍ଦରୀ’ ନିଜ ଟିଜର/ଟ୍ରେଲର ଏବଂ ସଂଗୀତ ମାଧ୍ୟମରେ ଲୋକଙ୍କ ମନ କିଣିସାରିଛି। ୨୯ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମର ଆଡଭାନ୍ସ ବୁକିଂ ୨୬ ଅଗଷ୍ଟରେ ଆରମ୍ଭ ହୋଇଥିଲା।
କେତେ ବିକ୍ରି ହେଲାଣି ଟିକେଟ୍: ପିଙ୍କଭିଲାର ରିପୋର୍ଟ ମୁତାବକ, ୨୭ ଅଗଷ୍ଟ ରାତି ୧୧ଟା ପର୍ଯ୍ୟନ୍ତ ‘ପରମ ସୁନ୍ଦରୀ’ ନିଜର ପ୍ରଥମ ଦିନ PVR, Inox ଏବଂ Cinepolisରେ ୧୨ ହଜାରରୁ ଅଧିକ ଟିକେଟ ବିକ୍ରି କରିଛି। ଟ୍ରେଡ ଆନାଲିସିସ୍କୁ ଯଦି ଆମେ ବିଶ୍ୱାସ କରିବା ତେବେ ‘ପରମ ସୁନ୍ଦରୀ’ର ଆଡଭାନ୍ସ ବୁକିଂ ଏପର୍ଯ୍ୟନ୍ତ ୪୦ ହଜାର ପର୍ଯ୍ୟନ୍ତ ପହଞ୍ଚିଗଲାଣି।
କେତେ କୋଟିରେ ଓପନିଂ ହେବ ଫିଲ୍ମ: ‘ପରମ ସୁନ୍ଦରୀ’ ବକ୍ସ ଅଫିସରେ ଭଲ ଆରମ୍ଭ କରିପାରେ। ପ୍ରଥମ ଦିନ ଏହି ଫିଲ୍ମର ସମୁଦାୟ ରୋଜଗାର ୭ରୁ ୮ କୋଟି ବୋଲି କୁହାଯାଉଛି।