Duleep Trophyରେ କମାଲ କଲେ ଦାନିଶ, କ୍ୱାଟର ଫାଇନାଲ ପୂର୍ବରୁ ଗୋଟେ ନିଶ୍ୱାସରେ କୁଟିଦେଲେ ୧୯୮ ରନ୍

ଜାଣନ୍ତୁ ଦାନିଶଙ୍କ ବିଷୟରେ ଅଧିକ । ଦାନିଶଙ୍କ ଚମକ୍ରାର ଖେଳରେ ଦର୍ଶକ ବିଭୋର ।

ନୂଆଦିଲ୍ଲୀ: ଦଲୀପ ଟ୍ରଫିର ନକଆଉଟ୍ ରାଉଣ୍ଡ ଆରମ୍ଭ ହୋଇଛି। ଖେଳର ପ୍ରଥମ ଦିନରେ, ଦାନିଶ ମାଲେୱାର ସେଣ୍ଟ୍ରାଲ୍ ଜୋନ୍ ପାଇଁ ତାଙ୍କ ଦୃଢ଼ ବ୍ୟାଟିଂ ଦ୍ୱାରା ହଇଚଇ ସୃଷ୍ଟି କରିଛନ୍ତି । ପ୍ରଥମ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଦାନିଶ ୧୯୮ ରନ କରିଥିଲେ,ଦ୍ୱିଶତକରୁ ମାତ୍ର ୨ ରନ ଦୂରରେ ଅଛନ୍ତି।

ପ୍ରଥମ ଦିନରେ, ଦାନିଶ ତାଙ୍କ ୧୯୮ ରନର ଇନିଂସରେ ୨୧୯ ବଲ୍ ସାମ୍ନା କରିଥିଲେ ଏବଂ ୩୫ ଚୌକା ଏବଂ ୧ ଛକା ମଧ୍ୟ ମାରିଥିଲେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଦାନିଶ ମାଲେୱାର କିଏ?

୨୧ ବର୍ଷୀୟ ଦାନିଶ ଦଲୀପ ଟ୍ରଫିରେ ସେଣ୍ଟ୍ରାଲ୍ ଜୋନ୍ ପାଇଁ ଖେଳୁଛନ୍ତି। ଦାନିଶ ୮ ଅକ୍ଟୋବର ୨୦୦୩ରେ ନାଗପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ବିଦର୍ଭ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି।

ସେ ନାଗପୁରରେ ଆନ୍ଧ୍ର ବିପକ୍ଷରେ ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ। ତାଙ୍କର ଦ୍ୱିତୀୟ ଇନିଂସରେ, ସେ ୬୧ ରନ କରିଥିଲେ ଏବଂ ପରବର୍ତ୍ତୀ ତିନୋଟି ଇନିଂସରେ ଆଉ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ।

ଗୁଜୁରାଟ ବିପକ୍ଷରେ ପ୍ରଥମ ଶତକ
ଦାନିଶ ଗୁଜୁରାଟ ବିପକ୍ଷରେ ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ରଣଜୀ ଟ୍ରଫିର ଫାଇନାଲରେ ଶତକ ହାସଲ କରି ଦାନିଶ ମଧ୍ୟ ଖବରରେ ଥିଲେ। ଦାନିଶଙ୍କ ଭଲ ପଦର୍ଶନ ଯୋଗୁଁ ବିଦର୍ଭ ରଣଜୀ ଟ୍ରଫି ଟାଇଟଲ ଜିତିଥିଲା।

ଏବେ ଦାନିଶ 2025 ଦୁଲୀପ ଟ୍ରଫିରେ ତାଙ୍କର ପ୍ରଥମ ମ୍ୟାଚରେ ଖେଳି ଚମତ୍କାର ଖେଳ ପଦର୍ଶନ କରିଛନ୍ତି। ଦାନିଶ ଉତ୍ତର ପୂର୍ବ ଜୋନ୍ ବିପକ୍ଷରେ 139 ବଲରେ ତାଙ୍କର ଶତକ ପୂରଣ କରିଥିଲେ।

ପ୍ରଥମ ଦିନରେ 432 ରନ୍
ସେଣ୍ଟ୍ରାଲ ଜୋନ୍ ଉତ୍ତର ପୂର୍ବ ଜୋନ୍ ବିପକ୍ଷରେ ଖେଳର ପ୍ରଥମ ଦିନରେ 2 ୱିକେଟ୍ ହରାଇ 432 ରନ୍ କରିଥିଲେ। ତଥାପି, ଦଳର ଆରମ୍ଭ ବିଶେଷ ନଥିଲା। ସେଣ୍ଟ୍ରାଲ ଜୋନ୍ ମାତ୍ର 4 ରନ୍ ସ୍କୋରରେ ପ୍ରଥମ ୱିକେଟ୍ ହରାଇଥିଲା, କିନ୍ତୁ ଏହା ପରେ ଆର୍ଯ୍ୟନ୍ ଜୁୟାଲ୍ ଦାନିଶଙ୍କ ସହ ମିଶି 341 ରନ୍ ର ଏକ ମହାନ ପାର୍ଟନରସିପ୍ କରିଥିଲେ।

ଆର୍ୟନ୍ 60 ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଏହା ବ୍ୟତୀତ ଅଧିନାୟକ ରଜତ ପାଟିଦାର ମଧ୍ୟ 96 ବଲ୍ ରେ 125 ରନ୍ ର ଏକ ଦୃଢ଼ ଇନିଂସ ଖେଳିଥିଲେ।