ଜନ୍ମକଲା ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ, ବିଲ ଭିତରୁ ମୃତଦେହ ଉଦ୍ଧାର

ତଣ୍ଟି ଚିପି ମାଆର ହତ୍ୟା କଲା ପୁଅ

ରେଢ଼ାଖୋଲ: ତଣ୍ଟି ଚିପି ମାଆକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ତନ୍ତଗଡ଼ ଗାଁରେ ମାଆକୁ ହତ୍ୟା କରିଛି ପୁଅ। ସୂଚନା ଅନୁଯାୟୀ, ବିଲ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ପୁଅକୁ ଅଟକ ରଖି ପଚରାଉଚରା କରୁଛି ଏବଂ ଘଟଣାର ତଦନ୍ତ ଚଳାଇଛି।

ଅନ୍ୟପଟେ ଏକ ଖବର ଆସିଛି ଯେ, ଭାଉଜକୁ ହତ୍ୟା କରିଥିବା ଦିଅରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଦୋଷୀଜଣକ ନାଁ ହେଉଛି ସୁରେଶ ବେହେରା।

ଏହି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌। ୨୦୨୦ ସଦର ଥାନା ଖୁଣ୍ଟୁଝରି ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ। ପାରିବାରିକ କଳହରୁ ଭାଉଜକୁ କଟୁରୀରେ ହତ୍ୟା କରିଥିଲା ଦିଅର।