ଓଡିଶା ଭାସ୍କର: ସବୁ ବେଳେ ୟଙ୍ଗ ଓ ସୁସ୍ଥ ରହିବା ପାଇଁ କିଏ ବା ନଚାହେଁ । ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାର ପନ୍ଥା ଆପଣେଇ ଥାଆନ୍ତି। କିଏ ସକାଳୁ ଉଠି ଯୋଗ କରେ ତ ଆଉ କିଏ ଖାଦ୍ୟ ଉପରେ ନିୟନ୍ତ୍ରଣ କରେ ମାତ୍ର ଏହା କୌଣସି ପ୍ରଭାବ ପକାଇନଥାଏ ।
ଯଦି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ କଥା ବିଚାର କରିବା ସେ ୫୮ ବର୍ଷ ବୟସରେ ମଧ୍ୟ ୟଙ୍ଗ ଦେଖାଯାଉଛନ୍ତି । ଅକ୍ଷୟ ସବୁଠାରୁ ଫିଟ୍ ଏବଂ ଶୃଙ୍ଖଳିତ ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ।
ସେ କେବଳ ଫିଲ୍ମରେ ନୁହେଁ ବରଂ ବାସ୍ତବ ଜୀବନରେ ମଧ୍ୟ ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରନ୍ତି। ଯଦି ଆପଣ ତାଙ୍କ ପରି ଫିଟ୍ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କ’ଣ କରିବାକୁ ପଡିବ ଆସନ୍ତୁ ଜାଣିବା ।
ସନ୍ଧ୍ୟା ଶାଢେ ୬ ପରେ ଖାଆନ୍ତୁ ନାହିଁ: ଖିଲାଡି କୁମାର ଫିଟ ରହିବା ପାଇଁ ସବୁବେଳେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି । ଏକ ସାକ୍ଷାତାକାରରେ ଅକ୍ଷୟ ଫିଟ୍ ରହିବା ପାଇଁ କଣ ସବୁ କରନ୍ତି ସେ ବାବଦରେ କହିଥିଲେ। ସେ ସକାଳ ଶାଢେ ୪ ରୁ ଉଠି ଯୋଗ, ମାର୍ଶାଲ ଆର୍ଟ,ସାଇକେଲିଂ କରିଥାନ୍ତି।
ଫାଷ୍ଟଫୁଡ ଅପେକ୍ଷା ଘରର ରନ୍ଧା ଖାଦ୍ୟ, ସାଲାଡ ଓ ଫଳ ଖାଇବାକୁ ବେଶ ପସନ୍ଦ କରନ୍ତି । ସନ୍ଧ୍ୟା ଶାଢେ ୬ ଆଗରୁ ରାତ୍ରୀ ଭୋଜନ ଶେଷ କରି ଶୀଘ୍ର ଶୋଇବାକୁ ଯାଆନ୍ତି। ତାଙ୍କର ଏହି ରୁଟିନରେ କେବେ ମଧ୍ୟ ବ୍ୟତିକ୍ରମ ଦେଖାଯାଏ ନାହିଁ ।
ଅକ୍ଷୟ କୁମାର ବିଶ୍ୱାସ କରନ୍ତି ଯେ କେହି ସନ୍ଧ୍ୟା ଶାଢେ ୬ ପରେ ଖାଇବା ଉଚିତ୍ ନୁହେଁ, ଯଦି ରାତିରେ ଭୋକ ଲାଗେ କିଛି ହାଲୁକା ଖାଦ୍ୟ ଯେପରିକି ସୁପ୍, ସାଲାଡ୍ ଓ ଅଣ୍ଡାର ଧଳା ଅଂଶ ଖାଇଲେ ଚଳିବ।
ଶୀଘ୍ର ଶୋଇବାକୁ ଭଲପାଆନ୍ତି: ଅକ୍ଷୟ କୁମାରଙ୍କ ଦୈନନ୍ଦିନ ଜୀବନର ଆଉ ଏକ ବିଶେଷ ଦିଗ ହେଉଛି ଯେ ସେ ଶୋଇବା ଏବଂ ଠିକ୍ ସମୟରେ ଉଠିବାରେ ଦୃଢ଼ ବିଶ୍ୱାସ କରନ୍ତି। ଭଲ ନିଦ ଉଭୟ ଶରୀର ଓ ମନକୁ ସୁସ୍ଥ ରଖେ। ଏଣୁ ରାତି ୯ ରୁ ଶାଢେ ୯ ମଧ୍ୟରେ ଶୋଇବାକୁ ଯାଆନ୍ତି ଏବଂ ସକାଳେ ଶୀଘ୍ର ଉଠିଥାନ୍ତି।