ବନ୍ଦ ହେବ କି ଇସ୍ରାଏଲ-ଗାଜା ଯୁଦ୍ଧ, ହସ୍ତକ୍ଷେପ କଲା ଇଉରୋପିଆନ୍ ୟୁନିଅନ୍…
ଗାଜା ପୁନଃଗଠନ ପାଇଁ ଜୋରଦାର ପ୍ରସ୍ତୁତି..
ନିୟୁୟର୍କ : ପୁଣି ତିଆରି ହେବ ଗାଜ।। ଲୋକଙ୍କ ପାଇଁ କରାଯିବ ନୂଆ ଘର । ନିୟୁୟର୍କରେ ଚାଲିଥିବା ଜାତିସଂଘର ସାଧାରଣ ସଭାରେ ସାମିଲ ହୋଇ ଇଉରୋପିଆନ ୟୁନିଅନର ସଭାପତି ଉର୍ସୁଲାଭନ ଡର ଲେୟନ ଏହା ଘୋଷଣା କରିଛନ୍ତିା
ଏଥିପାଇଁ ପାଲେଷ୍ଟାଇନ ଡୋନୋର ଗ୍ରୁପ ନାମରେ ଏକ ଆକାଉଣ୍ଟ ଖୋଲାଯିବ । ଏହି ଆକାଉଣ୍ଟ ଯାହା ଟଙ୍କା ଆସିବ ସବୁ ଗାଜା ସହରର ପୁନଃନିର୍ମାଣରେ ବ୍ୟବହାର କରାଯିବା
ସୂଚନଯୋଗ୍ୟ ଯେ ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଥିବା ବିବାଦରେ ଆରମ୍ଭରୁ ହିଁ ଇଉରୋପିଆନ ୟୁନିଅନ ଗାଜା ସପକ୍ଷରେ ରହିଛିା
ବିଗୁଡୁଛି ଗାଜା ପରିସ୍ଥିତି: ଗାଜାରେ ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ପାଣିର ଘୋର ଅଭାବ ଦେଖାଗଲାଣିା ମାତ୍ର ଏପଟେ ଇସ୍ରାଏଲ ହମାସ ଆତଙ୍କୀକୁ ଶେଷ କଲେ ଯାଇ ଯୁଦ୍ଧ ବନ୍ଦ କରିବ ବୋଲି ଘୋଷଣା କରିଛିା ଏଣୁ ଗାଜା କଠିନ ପରିସ୍ଥିତି ଦେଇ ଗତି କରୁଛିା
ଏହାରି ଭିତରେ ଅନ୍ତର୍ଜାତୀୟ ସଂଗଠନ ଇଉରୋପିଆନ ୟୁନିଅନ ଗାଜାକୁ ସହାୟତାର ହାତ ବଢାଇଛିା ଏପରିକି ଖୁବଶୀଘ୍ର ଦୁଇ ଦେଶ ମଧ୍ୟରେ ବୁଝାମଣା କରି ଯୁଦ୍ଧ ବନ୍ଦ କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ଇଉରୋପିଆନ ୟୁନିଅନର ସଭାପତିା
ଏହାସହ “ଟୁ ଷ୍ଟେଟ୍ ସଲ୍ୟୁସନ” ଦ୍ୱାରା ଏହାର ସମାଧାନ କରାଯାଇପାରିବ ବୋଲି ସେ କହିଛନ୍ତିା “ଟୁ ଷ୍ଟେଟ୍ ସଲ୍ୟୁସନ” ଅର୍ଥ ଦୁଇଟି ରାଜ୍ୟ ଗଠନ କରାଯିବ । ଗୋଟିଏ ହେଉଛି ଇସ୍ରାଏଲ ଯେଉଁଠି ଇହୁଦୀ ଲୋକ ରହିବେ ଓ ଅନ୍ୟଟି ପାଲେଷ୍ଟାଇନ ଯେଉଁଠି କେବଳ ପାଲେଷ୍ଟିନୀୟ ଲୋକମାନେ ରହିବୋ ଏପରି ହେଲେ ଯାଇଁ ଦୁଇ ଦେଶ ମଧ୍ୟରେ ଜାଗା ନେଇ ଚାଲିଥିବା ବିବାଦ ବନ୍ଦ କରାଯାଇପାରିବ ।
“ଟୁ ଷ୍ଟେଟ୍ ସଲ୍ୟୁସନ”କୁ ଅନେକ ଅନ୍ତର୍ଜାତୀୟ ସଂଗଠନ ଭରପୁର ସମର୍ଥନ ଦେଉଛନ୍ତିା ଜାତିସଂଘ ଓ ଇଉରୋପିଆନ ୟୁନିଅନ ସମେତ ଅନେକ ଗ୍ଲୋବାଲ ଲିଡର ଏହାକୁ ଖୁବଶୀଘ୍ର ଲାଗୁ କରାଯିବା ଦରକାର ବୋଲି ମତ ରଖିଛନ୍ତିା
ଯୁଦ୍ଧରେ କ୍ଷତି: ଦୁଇ ଦେଶ ମଧ୍ୟରେ ପ୍ରାୟ ଦେଢବର୍ଷ ହେବ ଯୁଦ୍ଧ ଚାଲିଛିା ହମାସ ଆତଙ୍କୀକୁ ସଫା କରିବା ପାଇଁ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରୁଛି । ଏଥିରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଛି । ଏପରିକି ବିଶ୍ୱ ଅର୍ଥନିତୀ ଉପରେ ଏହି ଯୁଦ୍ଧ ଅନେକ କୁପ୍ରଭାବ ପକାଉଛିା