ଦେଖନ୍ତୁ Video କେମିତି ତିଆରି ହେଉଛି ଆପଣଙ୍କ ପ୍ରିୟ ଆମ୍ବ ଜୁସ୍, ଯାହାକୁ ପଶୁ ଛୁଇଁବ ନାହିଁ ତାକୁ ବଜାରରୁ କିଣି ପିଉଛେ ଆମେ…

ଆଜିକାଲି ବଜାରରେ ମିଳୁଥିବା ଜିନିଷ ଭିତରୁ ୭୦% ଜିନିଷ ନକଲି । ପ୍ୟାକେଟ୍ ଖାଦ୍ୟ କିଣିବାବେଳେ ଆପଣଙ୍କୁ ଚିନ୍ତାରେ ପକାଇ ଦେବ ଏହି ଭିଡିଓ ।

ଓଡିଶା ଭାସ୍କର: କିଛିଦିନ ପୂର୍ବେ ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ସସ୍ ସାଙ୍ଗକୁ ତେଲ, ଘିଅ ମସଲା ଜବତ ହୋଇଥିଲା । ଏହାର ପ୍ରଭାବ କୌଣସି କମ୍ପାନୀ ଉପରେ ପଡ଼ିନାହିଁ । ଆଗରୁ ଜେମିତି ନକଲି ଜିନିଷ ବିକ୍ରି ହେଉଥିଲା ଏବେ ମଧ୍ୟ ସମାନ ଧାରା ଜାରି ରହିଛି । ଆଜିକାଲି ବଜାରରେ ମିଳୁଥିବା ଜିନିଷ ଭିତରୁ ୭୦% ଜିନିଷ ନକଲି ।

ଦୋକାନୀମାନେ କମ୍ କଞ୍ଚାକାଲ ବ୍ୟବହାର କରି ଅଧିକ ଲାଭ ଆଶା କରୁଥିବାବେଳେ ନକଲି ଜିନିଷ ଯୋଗାଣ ଓ ବିକ୍ରିର ଧାରା ବଢ଼ିବାରେ ଲାଗିଛି । ଅନ୍ୟପକ୍ଷେ ଲୋକମାନେ ପ୍ୟାକେଟ୍ ଫୁଡ୍ ବା ଜିନିଷ ପ୍ରତି ଅଧିକ ଆକୃଷ୍ଟ ହେବାରେ ଲାଗିଛନ୍ତି । କାରଣ ଏହାଦ୍ୱାରା ସେମାନଙ୍କ ପରିଶ୍ରମ ମଧ୍ୟ କମିଯାଉଛି । ବ୍ୟବହାର କରିବା ମଧ୍ୟ ସହଜ ହେଉଛି ।

ବଜାରରେ ପ୍ୟାକେଟରେ ତେଲ, ମସଲାଠାରୁ ଆରମ୍ଭ କରି ସ୍ନାକ୍ସ, ଜୁସ୍ ଓ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ରଖି ବିକ୍ରି କରୁଛନ୍ତି ଲୋକେ । ପ୍ୟାକେଟରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ କେତେ ସୁଦ୍ଧ ।
ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ପ୍ୟାକେଟ ଜିନିଷ କିଣିବା ଆପଣଙ୍କୁ ଚିନ୍ତାରେ ପକାଇ ଦେବ ।

ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଆମ୍ବ ଜୁସ୍ ଫ୍ୟାକ୍ଟ୍ରିରେ ଏକାଧିକ ଲୋକ ଆମ୍ବ ଛଡ଼େଇ ମେସିନରେ ରଖୁଛନ୍ତି । ସେମାନେ କାଟୁଥିବା ଆମ୍ବ ପଚା ସଢ଼ା ହୋଇଥିବାବେଳେ ସେଗୁଡ଼ିକ ଆଦୌ ଖାଇବା ଯୋଗ୍ୟ ନୁହେଁ । ତଥାପି କମ୍ପାନୀ ଖାଦ୍ୟଯୋଗ୍ୟ ହୋଇ ନ ଥିବା ଫଳକୁ ଜୁସ୍ କରି ବିକ୍ରି କରୁଛି ।

ଯେଉଁ ଜିନିଷ ଆମେ ବଜାରରୁ କିଣି ଖାଇବା କଥା ଚିନ୍ତା କରୁନେ, ତାହାକୁ ବ୍ୟବହାର କରି କମ୍ପାନୀ ଆମ୍ବ ପଣା ତିଆରି କରି ରଙ୍ଗିନ ଜରି ଲଗା ବୋତଲରେ ବିକ୍ରି କରୁଛି । ଯାହା ବର୍ତ୍ତମାନ ସମୟରେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଭିଡିଓଟି କେଉଁ ସ୍ଥାନର ଜଣା ନାହିଁ । କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଏହି ଭିଡିଓକୁ ନିହାତି ଭାବେ ଥରେ ଦେଖିବା ଉଚିତ୍ । କାରଣ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଜୁସ୍ ବୋତଲ ବିକ୍ରି ହେଉଛି । କମ୍ପାନୀ ବହୁ ଗୁଣାରେ ଟଙ୍କା ଲାଭ କରୁଥିବାବେଳେ, ସାଧାରଣ ଲୋକ ରୋଗ କିଣୁଛନ୍ତି ।