fbpx

ସ୍କୁଲ ଫି ବୃଦ୍ଧି ମାମଲାକୁ ନେଇ କଣ କହିଲେ ହାଇକୋର୍ଟ, ଜାଣନ୍ତୁ

କଟକ, ୧ା୯(ଓଡ଼ିଶା ଭାସ୍କର): ହାଇକୋର୍ଟରେ ବେସରକାରୀ ସ୍କୁଲ ଫି ବୃଦ୍ଧି ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଆପୋସ ସମାଧାନ ପାଇଁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏହାସହ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଭିଭାବକ, ଶିକ୍ଷକ ଓ ବେସରକାରୀ ସ୍କୁଲ ପ୍ରତିନିଧିଙ୍କୁ ନେଇ ବୈଠକ ହେବ । ବୈଠକ ହେବା ପରେ ଯାହା ବି ନିଷ୍ପତ୍ତି ନିଆଯିବ ହାଇକୋର୍ଟଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟରେ ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.