fbpx

ଉପନିର୍ବାଚନ ପାଇଁ ଗାଇଡଲାଇନ୍‌: ପ୍ରଚାରରେ ୫, ନାମାଙ୍କନରେ ୨

ଭୁବନେଶ୍ୱର,୧।୧୦(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ଆଜି ସରିଛି ସର୍ବଦଳୀୟ ବୈଠକ। ସବୁଦଳକୁ ଗାଇଡଲାଇନ୍‌ ନେଇ ଅବଗତ କରାଇଛନ୍ତି CEO। ଗାଇଡଲାଇନ୍‌ ମୁତାବକ, ‘ଘରଘର ବୁଲି ପ୍ରଚାର କରିବା ବେଳେ ସର୍ବାଧିକ ୫ ଜଣ ରହିପାରିବେ। ନାମାଙ୍କନ ବେଳେ ସର୍ବାଧିକ ୨ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ।’

ସେହିପରି ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କୁ ମିଳିପାରିବ ପୋଷ୍ଟାଲ ବାଲଟ। ଭିନ୍ନକ୍ଷମ ଓ କୋଭିଡ୍‌ ଆକ୍ରାନ୍ତ ଭୋଟଙ୍କୁ ମଧ୍ୟ ପୋଷ୍ଟାଲ ବାଲଟ ମିଳିବ । ସଙ୍ଗରୋଧରେ ଥିବା ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତଙ୍କୁ ବି ମିଳିପାରିବ ବୋଲି ସୂଚନା ରହିଛି।

Get real time updates directly on you device, subscribe now.