fbpx

ରାଜଧାନୀ ଭୁବନେଶ୍ୱର ହେଲା ODF++ ସହର

ଭୁବନେଶ୍ୱର, ୩ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ବାହ୍ୟ ମଳ ମୁକ୍ତ ସହର ODF++ ଭାବେ ଘୋଷିତ ହୋଇଛି । ଭୁବନେଶ୍ୱରକୁ ODF++ ସହର ଭାବେ ଘୋଷଣା କରିଛି ବିଏମସି । ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଭୁବନେଶ୍ୱର ସହରରେ ଏବେ ୧୯୫ ସର୍ବସାଧାରଣ ଶୌଚାଳୟ ଅଛି । ଏହା ମଧ୍ୟରୁ ୧୪୪ଟି ଶୌଚାଳୟ ଆଇଏସଓ ମାନର, ଅନ୍ୟ ୫୧ଟି ଖୁବ ଶୀଘ୍ର ହେବ ବୋଲି ବିଏମସି କହିଛି । ଆସନ୍ତାକାଲିଠାରୁ ଦେଶବ୍ୟାପୀ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହେଉଛି । ଭୁବନେଶ୍ୱର ସମେତ ୮୧ସହର ଏହି ଅଭିଯାନରେ ଭାଗ ନେଉଥିବା ସୂଚନା ରହିଛି । ପୂର୍ବରୁ ଭୁବନେଶ୍ୱର ବାହ୍ୟ ମଳ ମୁକ୍ତ ସହର ଓଡ଼ିଏଫ ଘୋଷିତ ହୋଇଥିଲା ।

Get real time updates directly on you device, subscribe now.