fbpx

ଆସନ୍ତା ୮ରେ ଭାରତ ବନ୍ଦ ଡାକରା

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଆହ୍ୱାନ ଦିଆଯାଇଛି । କୃଷକ ସଙ୍ଗଠନ ପକ୍ଷରୁ ଏହି ଡାକରା ଦିଆଯାଇଥିବା ଜଣାପଡ଼ିଛି । ତେବେ କଂଗ୍ରେସ ଦଳ ଏହି ଡାକରାକୁ ସମର୍ଥନ କରୁଥିବା ଜଣାଯାଇଛି । ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘଟଣା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କଂଗ୍ରେସ ଏହି ବନ୍ଦ ଡାକରାକୁ ସମର୍ଥନ କରୁଥିବା ସେ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.