fbpx

ଜନ୍ମଦିନ ପାର୍ଟିରେ ବନ୍ଧୁଙ୍କୁ ହତ୍ୟା: ୪ ଗିରଫ

ନୂଆଦିଲ୍ଲୀ, ୧୨ା୨: ଦିଲ୍ଲୀର ମଙ୍ଗଳପୁରୀ ଅଞ୍ଚଳରେ ଏକ ଜନ୍ମଦିନ ପାର୍ଟିରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ରିଙ୍କୁ ଶର୍ମା ନାମକ ଜଣେ ଯୁବକଙ୍କୁ ଚାରି ଜଣ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରିଙ୍କୁ ଶର୍ମା ଏକ ଘରୋଇ ନର୍ସିହୋମରେ ଟେକନିସିଆ ଭାବେ କାର୍ଯ୍ୟ କରନ୍ତି । ଜନ୍ମଦିନ ପାର୍ଟିରେ ରିଙ୍କୁ ଓ ଅନ୍ୟ ଜଣେ ସାଙ୍ଗ ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣାକୁ ନେଇ ଅନ୍ୟ ସାଙ୍ଗ ଜଣଙ୍କ ଆଉ ୩ ଜଣଙ୍କ ସହ ମିଶି ରିଙ୍କୁଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ରିଙ୍କୁଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ରିଙ୍କୁଙ୍କ ପେଟରେ ଗଭୀର କ୍ଷତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଏହି ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.