fbpx

ବଜେଟ୍ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ବଜେଟ୍ ପୂର୍ବରୁ ବିଧାନସଭାରେ ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଜାତୀୟ ଆର୍ଥିକ ସଙ୍କୋଚନ ଠାରୁ ଓଡିଶାର ସଙ୍କୋଚନ କମ୍ ଆସିଛି । ୨୦୨୧-୨୧ରେ ଡିଜିପି ଅଭିବୃଦ୍ଧି ମାଇନସ୍ ୪.୯୨% ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ମାଇନସ ୭.୭% ହେବା ନେଇ ଆକଳନ କରାଯାଇଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨.୩୦% କମିବା ଆକଳନ କରାଯାଇଛି । ୨୦୨୦-୨୧ରେ ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ୧.୦୨.୧୫୬ ଆକଳନ କରାଯାଇଛି । ପୂର୍ବବର୍ଷ ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ୧,୦୪,୫୬୬ ଥିଲା । ଗତବର୍ଷ ତୁଳନାରେ ଜାତୀୟ ମୁଣ୍ଡପିଛା ଆୟ ହାରାହାରି ୫.୪୧% ରହିବ । ରାଜ୍ୟ ଅର୍ଥନୀତିରେ କୋଭିଡ ମହାମାରୀର ପ୍ରଭାବ ପଡିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.