fbpx

ଆସିବ ବିମାନ ଚଳାଚଳ ନୀତି, ୧୪ଟି ବିମାନ ସେବା ପାଇଁ ପ୍ରସ୍ତାବ

ଭୁୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ରାଜ୍ୟକୁ ବିମାନ ଚଳାଚଳ ବୃଦ୍ଧି ନେଇ ସରକାରଙ୍କ ସହ ବିମାନ କମ୍ପାନିଙ୍କ ପ୍ରଥମ ପ୍ରର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ବିମାନ ଚଳାଚଳ ନେଇ ଏକ ନୀତି ପ୍ରସ୍ତୁତ କରାଯିବ । ୧୪ଟି ବିମାନ ଚଳାଚଳ ନେଇ ରୂପରେଖା ପ୍ରସ୍ତୁତ କରାଯାଇଛି । ଓଡିଶାରେ ୨୯% ଯାତ୍ରୀଙ୍କ ସଂଖ୍ୟା ବଢିଛି । ଯେଉଁ ସ୍ଥାନକୁ ଉଡାଣ ହୋଇନି ସେହି ସ୍ଥାନ ନେଇ ଆଲୋଚନା ହୋଇଛି । ସିଙ୍ଗାପୁର, ଦୁବାଇ, ଆବୁଧାବି ଓ ବ୍ୟାଙ୍କକକୁ ଚଳାଚଳ ପ୍ରସ୍ତାବ ଦିଆଯାଇଛି । ପ୍ରୟୋଗରାଜ ଓ କଲାଇକୋଣ୍ଡାକୁ ବିମାନ ଉଡାଣ ନେଇ ଆଲୋଚନା ହୋଇଛି । ଅନ୍ତର୍ଜାତୀୟ ବିମାନ ପାଇଁ ଇନ୍ଧନ ପ୍ରତି ଭାଟରେ ଶୂନ ପ୍ରତିଶତ ରିହାତି ରହିବ । ନୂଆ ରୁଟରେ ଘରୋଇ ବିମାନ କମ୍ପାନିଙ୍କ ପାଇଁ ୧% ଭାଟ୍ ରିହାତି ରହିବ ।’

ତେବେ ୧୪ଟି ନୂଆ ଓ ଅତିରିକ୍ତ ବିମାନ ସେବା ପାଇଁ ପ୍ରସ୍ତାବ ଦିଆଯାଇଛି । ସେଥିରୁ ୧୦ଟି ଘରୋଇ ଓ ୪ଟି ଅନ୍ତର୍ଜାତୀୟ ବିମାନ ରହିଛି ।

Get real time updates directly on you device, subscribe now.