fbpx

ଆସନ୍ତାକାଲିଠାରୁ ଖାଉଟିଙ୍କୁ ମହଙ୍ଗା ମାଡ଼, ଜାଣନ୍ତୁ କେଉଁ ଜିନିଷର ମୂଲ୍ୟ ବଢ଼ିବ

ନୂଆଦିଲ୍ଲୀ, ୩୧ା୩: ଏପ୍ରିଲ ମାସ ଆରମ୍ଭରୁ ଖାଉଟିଙ୍କୁ ମହଙ୍ଗା ମାଡ଼ । ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ଆକାଶଛୁଆଁ । କରୋନା ଯୋଗୁଁ ଜନତାଙ୍କ ଆର୍ଥିକ ସ୍ଥିତି ସୁଧୁରିନଥିବା ବେଳେ ପୁଣି ଦରଦାମର ମହଙ୍ଗା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧ ତାରିଖରୁ ଚାରି ଚକିଆ ଯାନ ମୂଲ୍ୟ ବୃଦ୍ଧି ପାଇବ । କାରଣ ମାରୁତି ସୁଜୁକି, ନିଶାନ ଓ ରୋନୋ ଆଦି ଗାଡ଼ି ନିର୍ମାତା କମ୍ପାନୀ ମାନେ ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରିସାରିଛନ୍ତି । ଅର୍ଥମନ୍ତ୍ରୀ ଚଳିତ ବଜେଟରେ ବୈଦ୍ୟୁତିକ ସାମଗ୍ରୀର ଆମଦାନୀ ଶୁଳ୍କ ବଢ଼ାଇବାକୁ ଘୋଷଣା କରିଥିଲେ । ଫଳରେ ମୋବାଇଲ, ଚାର୍ଜର, ବ୍ୟାଟେରୀ ଆଦିର ଦାମ ବଢ଼ିଯିବ । ତାତି ବଢ଼ୁଥିବା ବେଳେ କଞ୍ଚାମାଲ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନୀମାନେ ଏସି, ଫ୍ରିଜ ଆଦିର ମୂଲ୍ୟ ବୃଦ୍ଧି କରିବେ । ସେହିପରି ଦେଶ ଭିତରେ ଓ ବିଦେଶକୁ ବିମାନ ଯାତ୍ରା କରିବା ମହଙ୍ଗା ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.