fbpx

ଟିକାକରଣର ବୟସସୀମା କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଲେ ଉଦ୍ଧବ ଠାକରେ

ମୁମ୍ବାଇ, ୬ା୪ (ଓଡିଶା ଭାସ୍କର) : କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ରାଜ୍ୟର ସରକାର ଟିକାକରଣ ଉପରେ ଅଧିକ ଫୋକସ୍ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଦେଖିବାକୁ ଗଲେ ମହାରାଷ୍ଟ୍ରରେ କରୋନା ସ୍ଥିତି ସାଂଘାତିକ ରହିଛି । ଏହାକୁ ନଜରରେ ରଖି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଆଜି ଟିକାକରଣ ବୟସ ସୀମା କମାଇବାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି ।

ସୁଚନା ଅନୁସାରେ, ଟିକାକରଣ ବୟସ ୪୫ ବର୍ଷରୁ କମାଇ ୨୫ ବର୍ଷ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧବ ଠାକରେ ଅନୁରୋଧ କରିଛନ୍ତି । ତେବେ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଯେ, ‘ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପିଏମ ମୋଦୀଙ୍କୁ ପତ୍ର ଲେଖି ୨୫ ବର୍ଷରୁ ଅଧିକ ବୟସ୍କର ଲୋକଙ୍କୁ କରୋନା ଟିକା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଟିକାକରଣରେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କରୋନା ଟିକା ଦେବାକୁ ନେଇ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।’

ଉଦ୍ଧବ ଠାକରେଙ୍କ କହିବା କଥା ଯେ, ଟିକାକରଣର ବୟସ ସୀମା କମାଇ ୨୫ ବର୍ଷ କରିଦିଆଯାଉ । ଏହା ସହ ଉଦ୍ଧବ ଠାକରେ ଚିଠି ମାଧ୍ୟମରେ ଦାବି କରିଛନ୍ତି, ମହାରାଷ୍ଟ୍ରରେ ଦେଢ଼ କୋଟି ଅତିରିକ୍ତ କରୋନା ଟିକାର ଡୋଜ୍ ଉପଲବ୍ଧ କରାଯାଉ । ଏହା ଦ୍ବାରା ରାଜ୍ୟର ୬ ଜିଲ୍ଲା- ମୁମ୍ବାଇ, ପୁଣେ, ଠାଣେ, ନାସିକ, ଔରଙ୍ଗାବାଦ ଏବଂ ନାଗପୁରରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ୩ ମାସ ଭିତରେ ପୂରା ହୋଇପାରିବ ।

Get real time updates directly on you device, subscribe now.