fbpx

ଶ୍ରୀମନ୍ଦିରରୁ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ପୁରୀ ୧୩ା୪ (ଓଡିଶା ଭାସ୍କର) : ପୁରୀ ଶ୍ରୀମନ୍ଦିର ପ୍ରଶାସନ ର ଏକାଧିକ   କର୍ମଚାରୀ ଏବଂ ସେବାୟତ କରୋନା ସଂକ୍ରମିତ ଚିହ୍ନଟ । ଶ୍ରୀମନ୍ଦିର ସମ୍ମୁଖରେ ଥିବା ଜୋତା ଷ୍ଟାଣ୍ଡରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ମନ୍ଦିର ପ୍ରଶାସନର ୩ କର୍ମଚାରୀ, ୭ ଜଣ ସେବାୟତ ଏବଂ ୩ ସେବାୟତଙ୍କ ପରିବାରର ସଦସ୍ୟ ସଂକ୍ରମିତ । ସେହିପରି ମନ୍ଦିରର ଜଣେ ପୋଲିସ ଓ ମାଳି ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ମୋଟ ୨୩ ଜଣ ଚିହ୍ନଟ ହୋଇଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ୧୭୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୩୫ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୭୪୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.