fbpx

ଶିକ୍ଷୟତ୍ରୀଙ୍କ ନିଆର ପ୍ରୟାସ; ହେଲମେଟରେ ପଟ୍ଟଚିତ୍ର ଆଙ୍କି ଦେଉଛନ୍ତି ସଡକ ସୁରକ୍ଷାର ବାର୍ତ୍ତ

ଭୁବନେଶ୍ୱର ୧୯ ।୪ (ଓଡିଶା ଭାସ୍କର) : ସଡକ ସୁରକ୍ଷା ପାଇଁ ସରକାର ବିଭନ୍ନ ନିୟମ କରିଛନ୍ତି । ଅନେକ ଲୋକ ଏହି ସଡକ ସୁରକ୍ଷା ପାଇଁ ଜନସଚେତନ କାର୍ଯ୍ୟକ୍ରମ କରିବା ସହ ଲୋକମାନଙ୍କୁ ବୁଝାଉଛନ୍ତି । ଏଭଳି ଏକ ନିଆରା ଡଙ୍ଗରେ ହେଲମେଟରେ ପଟ୍ଟଚିତ୍ର ଆଙ୍କି ଲୋକମାନଙ୍କୁ ‘ସଡକ ସୁରକ୍ଷା ଓ ଜୀବନ ରକ୍ଷା’ ସଚେତନ କରାଉଛନ୍ତି ଶିକ୍ଷୟତ୍ରୀ କ୍ରିଷ୍ଣା ଗିରି । କୋଭିହ୍ ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଏହି ପଟ୍ଟଚିତ୍ର କଳାକୁ ଶିଖି ଜନସଚେତନା କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି । ନିଳାଦ୍ରୀବିହରରେ ରହୁଥିବା କ୍ରିଷ୍ଣା ଗିରି ଶିକ୍ଷକତା ସହିତ ବିଭିନ୍ନ ବସ୍ତୁରେ ପଟ୍ଟଚିତ୍ର, ୱାରଲି, ଆଫ୍ରିକାନ ଟ୍ରାଇବାଲ ଆର୍ଟ ମଧ୍ୟ କରୁଛନ୍ତି । ଏହାସହ ବିଭନ୍ନ ସାମାଜିକ କାନଭାସ୍ ପେଂଟିଙ୍ଗ୍ ୱାର୍କସପକ କରି ଛୋଟ ପିଲାମାନଙ୍କୁ ପଟ୍ଟଚିତ୍ର ଆଙ୍କିବାର କଳା ଓ କୌଶଳର ଶିକ୍ଷା ଦେଉଛନ୍ତି ।

Get real time updates directly on you device, subscribe now.