fbpx

ପିପିଇ କିଟ୍ ପିନ୍ଧି ବାହାହେଲେ ବର-କନ୍ୟା, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶ, ୨୭ା୪ (ଓଡିଶା ଭାସ୍କର): ନା ଥିଲା ବାହାଘର ଜୋଡ, ନା ଥିଲା ସାଜସଜ୍ଜା । ପିପିଇ କିଟ୍ ପିନ୍ଧି ବାହା ହେଲେ ବରକନ୍ୟା । ଏହିଭଳି ଏକ ଖବର ଆସିଛି ମଧ୍ୟପ୍ରଦେଶରୁ । ସେଠାରେ ଜଣେ ବର-କନ୍ୟା ବିନା ବାହାଘର ଜୋଡ ଏବଂ ବିନା ସାଜସଜ୍ଜାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୁଚନାଯେ, ବର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ପିପିଇ କିଟ୍ ପିନ୍ଧି ବିବାହ କରିବାକୁ ପଡିଥିଲା । ଯେତେବେଳେ ବର ପିପିଇ କିଟ୍ ପିନ୍ଧିଲେ ତାଙ୍କୁ ଦେଖି କନ୍ୟା ମଧ୍ୟ ପିପିଇ କିଟ୍ ପିନ୍ଧିବାକୁ ବାଧ୍ୟ ହୋଇଥିଲେ । ତେବେ ଏହି ସମୟର ଗୋଟିଏ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବର-କନ୍ୟା ଦୁହେଁ ପିପିଇ କିଟ୍ ପିନ୍ଧି ସାତ ଫେରା ବୁଲୁଛନ୍ତି ଏବଂ ପଣ୍ଡିତ ମନ୍ତ୍ର ପାଠ କରୁଛନ୍ତି । ସେମାନଙ୍କ ବ୍ୟତୀତ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ମଧ୍ୟ ନିଜକୁ ସୁରକ୍ଷିତ ରଖିବା ପାଇଁ ପିପିଇ କିଟ୍ ପରିଧାନ କରିଛନ୍ତି । ଭିଡିଓରେ କିଛି ୟୁଜର୍ କମେଣ୍ଟ କରିଛନ୍ତି ଯେ, ବାହାଘରକୁ ଆଉ କିଛି ରୋକି ଦେଇଥିଲେ କଣ ଅସୁବିଧା ହେଉଥିଲା । ଏପରି ଅନେକ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି ଲୋକେ । ତେବେ ସେଠାକାର ତହସିଲଦାର ଏନେଇ କହିଛନ୍ତି, ବର ୧୯ ଏପ୍ରିଲରେ କରୋନା ପଜିଟିଭ୍ ହୋଇଥିଲେ । ହେଲେ ପରିବାର ଲୋକଙ୍କ ଆଗ୍ରହ ଏବଂ ଉପରିସ୍ଥ ଅଫିସରଙ୍କ ପରାମର୍ଶ ଅନୁସାରେ ଏହି ବିବାହ କରିବାକୁ ଅନୁମତି ଦିଆଯାଇଥିଲା । ତେଣୁ ତାଙ୍କ ପରିବାର ଲୋକେ ସମସ୍ତ କୋଭିଡ୍ ନିୟମ ମାନି ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।

Get real time updates directly on you device, subscribe now.