fbpx

ଦେଶରେ ୩୪୧୭ ମୃତ, ୩.୬୮ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୩ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ୯୫୯କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୬୮ ହଜାର ୧୪୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର ୪୫୭କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ଲକ୍ଷ ୧୩ ହଜାର ୬୪୨ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୬୨ ଲକ୍ଷ ୯୩ ହଜାର ୩ରେ ପହଞ୍ଚିଛି । ୧୫ କୋଟି ୬୮ ଲକ୍ଷ ୧୬ ହଜାର ୩୧ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.