fbpx

ଇରଫାନ ପଠାନଙ୍କ ଉପରେ ବୋହୂର ଅବୈଧ ସମ୍ପର୍କ ଅଭିଯୋଗ ଆଣିଲେ ବୃଦ୍ଧ ଦମ୍ପତି, ଜାରି କଲେ ଭିଡିଓ

ଅହମ୍ମଦାବାଦ,୭ ।୫: ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ଉପରେ ଅହମ୍ମଦାବାଦ ପୋଲିସ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସୟେଦ ଇବ୍ରାହିମ ତାଙ୍କ ବୋହୂ ସହ ଅବୈଧ ସମ୍ପର୍କ ରଖିବା ଅଭିଯୋଗ ଆଣିଛନ୍ତି । ଅଭିଯୋଗକାରୀ ବୃଦ୍ଧ ଦମ୍ପତି ଏମାମଲାକୁ ନେଇ ଏକ ଭିଡିଓ ଜାରି କରି ନ୍ୟାୟ ମାଗିଛନ୍ତି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବୃଦ୍ଧଙ୍କ ଅଭିଯୋଗ ହେଉଛି ଯେ, ଇରଫାନ୍ ତାଙ୍କ ପୁଅକୁ ଧମକ ଦେଉଛି ଓ ନିଜ ପୋଜିସନର ଭୁଲ ବ୍ୟବହାର କରୁଛି । ଯଦି ନ୍ୟାୟ ନ ମିଳିବ ସେମାନେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।

ଖବର ମୁତାବକ, ଅହମ୍ମଦାବାଦର ବେଜଲପର ପୋଲିସ ଷ୍ଟେସନରୁ ମିଳିଥିବା ସୂଚନା ଅନୁସାରେ ଇବଅ୍ରାହିମଙ୍କ ବୋହୂ ୨୦୨୧ ମସିହା ମାର୍ଚ୍ଚ ୧୧ରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ମାମଲାକୁ ନେଇ ଏବେ ପୋଲିସ ଯାଞ୍ଚ କରୁଥିବା ବେଳେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଶଶୂର ଇବ୍ରାହିମ । ଇବ୍ରାହିମଙ୍କ ଭାଇର ପୁଅ ସୟେଦଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ ଏବଂ ଇରଫାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ବନ୍ଧ ରହିଛି । ଉଭୟ ଅନେକ ସମୟରେ ଭିଡିଓ କଲ କରି କଥା ହେବା ସହ ଲୁଚି ଛପି ଭେଟୁଥିଲେ । ସମ୍ପୂର୍ଣ୍ଣ ପରିବାର ଏହି ଘଟଣା ଜାଣିବା ପରେ ବୋହୂକୁ ତାଗିଦ କରିଥିଲେ । ଏହା ପରେ ପରେ ବୋହୂ ଥାନାରେ ଯୌତୁକ ନିର୍ଯ୍ୟାତନା ଦିଆ ଯାଉଥିବା ନେଇ ଅଭିଯୋଗ କରିଥିଲା ।

ଗୋଟିଏ ପଟେ ଭିଡିଓ ଭାଇରାଲ ହେବାରେ ଲାଗିଥିବା ବେଳେ ଅନ୍ୟପଟେ ଇରଫାନଙ୍କ ମୋବାଇଲ୍ ନମ୍ବର ବନ୍ଦ ରହିଛି । ଏବେ ସୁଦ୍ଧା ଇରଫାନ୍ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ । ଅହମ୍ମଦାବାଦର ବେଜଲପୁର ପୋଲିସ ଷ୍ଟେସନ ଷ୍ଟେସନ୍ ପକ୍ଷରୁ ମଧ୍ୟ କୁହାଯାଇଛି, ଇରଫାନ ପଠାନଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ପୋଲିସ ଏବଂ ଗଣମାଧ୍ୟମ ଇରଫାନଙ୍କ ସହ ଯୋଗାଯୋଗ କରିପାରି ନାହିଁ ।

Get real time updates directly on you device, subscribe now.