fbpx

ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ହଲିଉଡ ଅଭିନେତା ହ୍ୟୁ ଜ୍ୟାକମ୍ୟାନ

ମୁମ୍ବାଇ, ୦୭/୦୫: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କରୋନାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ଚେଷ୍ଟା ଜାରି ରଖିଛନ୍ତି । କରେନା ମହାମାରୀ ସହ ଳଢେଇରେ ସାହାଯ୍ୟ ପାଇଁ ପ୍ରିୟଙ୍କା ଏକ ପାଣ୍ଠିସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି, ଏବଂ ସମସ୍ତଙ୍କୁ ଏଥିରେ ଦାନ କରିବାକୁ ନିବେଦନ କରିଛନ୍ତି । ପ୍ରିୟଙ୍କାଙ୍କ ଏହି ଅପିଲ ପରେ ହଲିଉଡ ଷ୍ଟାର ହ୍ୟୁ ଜ୍ୟାକମାନ ଭାରତକୁ ସାହାଯ୍ୟ ପାଇଁ ସାମ୍ନାକୁ ଆସିଛନ୍ତି । ହ୍ୟୁ ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଭାରତର ସାହାଯ୍ୟ କରିବା ସହ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବାକୁ ଅପିଲ କରିଛନ୍ତି ।

ହଲିଉଡ ଷ୍ଟାର ହ୍ୟୁ ଜ୍ୟାକମ୍ୟାନ ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ଏବଂ ଏହି ପୋଷ୍ଟରେ ସେ ଲେଖିଛନ୍ତି ‘ସପୋର୍ଟ ଇଣ୍ଡିଆ’, ଭାରତକୁ ଆମର ସହଯୋଗର ଅବଶ୍ୟକତା ରହିଛି, ଏବଂ ଏହା ସହ ସେ ପ୍ରିୟଙ୍କାଙ୍କ ପାଣ୍ଠିସଂଗ୍ରହ ତଥା ଫଣ୍ଡରେଜରର ଲିଙ୍କକୁ ମଧ୍ୟ ସେୟାର କରିଛନ୍ତି ।
ପ୍ରିୟଙ୍କା ହ୍ୟୁ ଜ୍ୟାକମ୍ୟାନଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ହଲିଉଡ ଷ୍ଟାରଙ୍କ ଏହି ପହଲ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ହ୍ୟୁ ଜ୍ୟାକମ୍ୟାନନଙ୍କ ସେହି ପୋଷ୍ଟ ସେୟାର କରିବା ସହ ହ୍ୟୁ ଏବଂ ତାଙ୍କ ପତ୍ନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ମାଧ୍ୟମରେ ଭାରତର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛନ୍ତି । ସେ ଏକ ପୋଷ୍ଟ କରି କହିଛନ୍ତି ପ୍ରତ୍ୟେକ ଜୀବନ ମହତ୍ତ୍ୱପୂର୍ଣ୍ଣ ତେଣୁ ଆମକୁ ସାହାଯ୍ୟ କରିବାକୁ ହେବ । ଏହି ପୋଷ୍ଟରେ ସେ ଲେଖିିଛନ୍ତି ‘ଯେ ପର୍ଯ୍ୟନ୍ତ ଜଣେ ବି ବ୍ୟକ୍ତି ସୁରକ୍ଷିତ ନୁହଁନ୍ତି ସେ ପର୍ଯ୍ୟନ୍ତ କେହି ବି ସୁରକ୍ଷିତ ନୁହଁନ୍ତି, ତେଣୁ ଆମେ ଚୁପ ବସିପାରିବାନାହିଁ । ଭାରତରେ କିଛି ସପ୍ତାହ ମଧ୍ୟରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ଏବଂ ଅନେକ ଲୋକ ସାହାଯ୍ୟ ପାଇଁ ମଧ୍ୟ ଆଗକୁ ଆସୁଛନ୍ତି । ତଥାପି ଏହା ଯଥେଷ୍ଟ ନୁହେଁ । ଆପଣଙ୍କ ସାହାଯ୍ୟ ବହୁତ ଲୋକଙ୍କୁ ସାହାଯ୍ୟ କରିପାରିବ । ପ୍ରତ୍ୟେକ ଜୀବନ ମହତ୍ତ୍ୱପୂର୍ଣ୍ଣ ଅଟେ, ଦୟାକରି ସାହାଯ୍ୟ କରନ୍ତୁ ।”
ସୂଚନା ଯୋଗ୍ୟ ହ୍ୟୁ ଜ୍ୟାକମ୍ୟାନଙ୍କ ପୂର୍ବରୁ ହଲିଉଡର ଅନେକ କଳାକାର ପ୍ରିୟଙ୍କାର ଏହି ପାଣ୍ଠିସଂଗ୍ରହ ଅଭିଯାନରେ ସାମିଲ ହୋଇ ଭାରତକୁ ସାହାଯ୍ୟର ହାତ ବଢାଇଛନ୍ତି ।

Get real time updates directly on you device, subscribe now.