fbpx

ଭୁବନେଶ୍ୱରରୁ ଆଜି ୮୭୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୮୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୭୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ୭୩ ହଜାର ୯୭୨ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୬୧ ହଜାର ୯୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୧୧,୬୪୧ ଜଣ ଚିକିତ୍ସିତ ହେଉଥିବା ବେଳେ ୩୩୪ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ପଟିଆରୁ ସର୍ବାଧିକ ୩୭ ଜଣ ଥିବା ବେଳେ, ଖଣ୍ଡଗିରିରୁ ୩୬, ଓଲ୍ଡ ଟାଉନରୁ ୩୫ ଓ ନୟାପଲ୍ଲୀରୁ ୩୨ ଜଣ ଅଛନ୍ତି । ସେହିପରି ୟୁନିଟ୍-୯ରୁ ୨୧ ଜଣ ଥିବା ବେଳେ, ଶୈଳଶ୍ରୀବିହାରରୁ ୨୪, ରସୁଲଗଡ଼ରୁ ୧୮, ଜୟଦେବବିହାରରୁ ୨୦, ଡୁମମୁଡୁମମାରୁ ୨୦, ଲକ୍ଷ୍ମୀସାଗରରୁ ୨୪, ଝାରପଡ଼ାରୁ ୨୫, ବିଜେବି ନଗରରୁ ୧୭, ବଡ଼ଗଡ଼ରୁ ୧୯, ଚନ୍ଦ୍ରଶେଖରପୁରରୁ ୧୭, ବରମୁଣ୍ଡାରୁ ୧୩ ଓ ଜାଗମରାରୁ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.