fbpx

୨ ବର୍ଷ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ବ୍ୟାନ୍ କଲା ଫେସବୁକ୍

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଶୁକ୍ରବାର ଫେସବୁକ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଟ୍ରମ୍ପଙ୍କ ଫେସବୁକ୍ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ସ୍ଥଗିତ କରାଯାଇଛି । ସେ ବର୍ତ୍ତମାନ ଆସନ୍ତା ୨୦୨୩ ପର୍ୟ୍ୟନ୍ତ ଫେସବୁକ୍ ଆକାଉଣ୍ଟ ଚଲାଇ ପାରିବେ ନାହିଁ । ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ଅନେକ ନେତା ତଥା ରାଜନେତା ଫେସବୁକ୍ ନିୟମକୁ ଉଲଂଘନ କରୁଥିବା ଦେଖି ସେମାନଙ୍କ ପାଇଁ ଆଗାମୀ ଭବିଷ୍ୟତରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତା ମଧ୍ୟ ଘୋଷଣା କରିଛି ଫେସବୁକ୍ ।

ଏହା ପୂର୍ବରୁ ଜାନୁଆରୀ ୭ରେ ପ୍ରଥମ ଥର ପାଇଁ ଦିଲ୍ଲୀ ଦଙ୍ଗା ହୋଇଥିବା ବେଳେ ତାଙ୍କ ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା । ଏନେଇ ଫେସବୁକ କହିଛି ଯେ ଜାନୁଆରୀ ୭ ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବା ସହ ଅତି କମରେ ଦୁଇ ବର୍ଷ ପର୍ୟ୍ୟନ୍ତ କଟକଣା ବଳବତ୍ତର ରହିବ । ଶୁକ୍ରବାର ଆକାଉଣ୍ଟ ବ୍ୟାନ୍ କୁ ନେଇ ଟ୍ରମ୍ପ କହିଛନ୍ତି ଯେ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଭୋଟ୍ ଦେଇଥିବା ୭୫ ମିଲିୟନ ଲୋକଙ୍କ ପ୍ରତି ଫେସବୁକର ଏହି ନିଷ୍ପତ୍ତି ଏକ ଅସମ୍ମାନ । ଆମକୁ ଚୁପ୍ କରିବା ପାଇଁ ଫେସବୁକ୍ ଏସବୁ କରିବା ଉଚିତ୍ ନୁହେଁ । ଶେଷରେ ବିଜୟ ଆମର ହେବ । ଆମ ଦେଶ ଆଉ ଅପମାନକୁ ସହ୍ୟ କରିପାରିବ ନାହିଁ ।

Get real time updates directly on you device, subscribe now.