fbpx

WTC ଫାଇନାଲ ମୁକାବିଲା ପାଇଁ ୱିଲିୟମ୍‌ସନ୍‌ଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ୍‌ ଦଳ ଘୋଷଣା,ସ୍ଥାନ ପାଇଲେ ଏହି ଖେଳାଳି

ଲଣ୍ଡନ(ଓଡ଼ିଶା ଭାସ୍କର): ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍‌ ଫାଇନାଲ ମ୍ୟାଚ ପାଇଁ ମଙ୍ଗଳବାର ଦିନ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ନେତୃତ୍ୱରେ ୧୫ ଜଣିଆ ଖେଳାଳି ତାଲିକା ଘୋଷଣା କରା ଯାଇଛନ୍ତି । ନିକଟରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଅଧିନାୟକ କେନ୍‌ ୱିଲିୟମସନ ଏଲବୋ ସମସ୍ୟା ନେଇ ଖେଳି ନ ଥିଲେ ହେଁ ଭାରତ ବିକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍‌ ଫାଇନାଲ ମ୍ୟାଚରେ ଦଳର ନେତୃତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ଗ୍ୟାରି ଷ୍ଟିଡ୍‌ ।

ସୂଚନା ଯୋଗ୍ୟ ଯେ, ଏହି ମ୍ୟାଚ ପାଇଁ ଏକ ୨୦ ଜଣିଆ ଦଳ ଗଠନ କରା ଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ପାଞ୍ଚ ଖେଳାଳି ଡଗ୍‌ ବ୍ରେସେୱେଲ୍‌ ,ଜାକୋବ ଡ୍ୟୁଫି ,ଡ୍ୟାରିଲ ମିଚେଲ ,ରଚିନ୍‌ ରବିନ୍ଦ୍ର ଓ ମିଚେଲ ସାଣ୍ଟନରଙ୍କୁ ବାଦ୍‌ କରା ଯାଇଛି । ସେହିପରି ପିଠିରେ ଯତ୍ନଣା ଅନୁଭବ କରିବା କାରଣରୁ ଇଂଲଣ୍ଡ ବିକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ପାରି ନ ଥିବା ୱିକେଟ୍ କିର ବିଜେ ୱାଟଲିଙ୍ଗ୍‌ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍‌ ଫାଇନାଲ ମ୍ୟାଚ ପାଇଁ ଦଳରେ ସ୍ଥାନ ପାଇଛନ୍ତି । ତେବେ ୱିଲିୟମସନ ଓ ୱାଟଲିଙ୍ଗ୍‌ ଏକ ସପ୍ତାହ ସମୟ ବିଶ୍ରାମ ନେବା ଫଳରେ ଦଳ ପାଇଁ ବିଶେଷ ଉପଯୋଗୀ ହେବ ବୋଲି କହିଛନ୍ତି ମୁଖ୍ୟ କୋଚ ଗ୍ୟାରି ଷ୍ଟିଡ୍‌ ।

ସୂଚନା ଯୋଗ୍ୟ ଯେ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶି  ଅଭିଯାନରେ ଟେଷ୍ଟ ଖେଳୁଥିବା ୯ ଦେଶ ପରସ୍ପର ବିରୋଧରେ ଏକାଧିକ ଦ୍ୱିପାକ୍ଷିକ ସିରିଜ ଖେଳିବା ପରେ ସର୍ବାଧିକ ପଏଣ୍ଟ ଆସଲ କରି ଭାରତ ଓ ନ୍ୟୁଜିଲାଣ୍ଡ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଗତ ବର୍ଷ କରୋନା ଯୋଗୁ ସଂଖ୍ୟାଧିକ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲେ ହେଁ ଭାରତ ଓ ନ୍ୟୁଜିଲାଣ୍ଡର ବିଜୟ ପଥରେ କୌଣସି ସମସ୍ୟା ସୃଷ୍ଟି ହୋଇ ନ ଥିଲା । ସଂପ୍ରତି ଏହି ଦୁଇ ଦଳ ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ଦଳ ଭାବେ ପରିଗଣିତ । ଭାରତ ଆଇସିସି ଟେଷ୍ଟ ମାନ୍ୟତାର ଏକ ନମ୍ବର ଦଳ ଭାବେ ଇଂଲଣ୍ଡ ଗସ୍ତରେ ଯାଇଥିଲା । ମାତ୍ର ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ବିଜୟୀ ହେବା ପରେ ଭାରତକୁ ଅତିକ୍ରମ କରି ବର୍ତ୍ତମାନ ଏକ ନମ୍ବର ସ୍ଥାନକୁ ଆସି ପାରିଛି । ତେବେ ବିଶ୍ୱ ଟେଷ୍ଟ କ୍ରିକେଟର ଏକ ନମ୍ବର ଓ ଦ୍ୱିତୀୟ ନମ୍ବର ଦଳ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାମୁକାବିଲାରେ କିଏ ଜିତାପଟ ମାରିବ ତାହା ଦେଖିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।ବିଭିନ୍ନ ଦେଶର କ୍ରିକେଟ ବିଶେଷଜ୍ଞ ମାନେ ଉଭୟ ଦଳକୁ ଶକ୍ତିଶାଳୀ ବୋଲି ସମ୍ମାନ ଦେଉଥିବା ବେଳେ ଇଂଲଣ୍ଡ ପରିବେଶରେ ନ୍ୟୁଜିଲାଣ୍ଡ ଅଧିକ ଫାଇଦାରେ ରହିବ ବୋଲି ଅନେକ ପୂର୍ବାନୁମାନ କରୁଛନ୍ତି । ତେଣୁ ଭାରତୀୟ ଦଳ ସେମାନଙ୍କର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଖଟାଇ ଲଢ଼େଇ କରିବାକୁ ପଡିବ ।

ନ୍ୟୁଜିଲାଣ୍ଡ ଏହି ମ୍ୟାଚ ପୂର୍ବରୁ ଇଂଲଣ୍ଡ ବିରୋଧରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ସୁଯୋଗ ପାଇଥିବା ବେଳେ ଭାରତ କୌଣସି ଅଭ୍ୟାସ ମ୍ୟାଚ ନ ଖେଳି ସିଧା ସଳଖ ମଇଦାନକୁ ଓହ୍ଲାଇବ । ତେଣୁ ଉପଯୁକ୍ତ ରଣନୀତି ଓ ଯୋଜନକୁ ସଫଳ କରିବା ଭାରତୀୟ ଦଳପାଇଁ ବଡ ଆହ୍ୱାନ ।

ନ୍ୟୁଜିଲାଣ୍ଡ ଦଳ- କେନ୍‌ ୱିଲିୟମସନ୍‌(ଅଧିନାୟକ)) ଟମ୍‌ ବ୍ରଣ୍ଡେଲ ,ଟ୍ରେଣ୍ଟ ବୋଲ୍ଟ ,ଡେଭନ କନୱେ ,କୋଲିନ ଡି ଗ୍ରାଣ୍ଡହୋମ୍‌ ,ମ୍ୟାଟ୍‌ ହେନରି ,କେଲେ ଜେମିସେନ ,ଟମ୍‌ ଲାଥାମ୍‌ ,ହେନରି ନିକୋଲାସ ,ଆଜାଜ୍‌ ପଟେଲ ,ଟିମ୍‌ ସାଉଦି ,ରସ ଟେଲର ,ନିଲ ୱାଗନର୍‌ ,ବିଜେ ୱାଟଲିଙ୍ଗ୍‌ ,ୱିଲ ୟଙ୍ଗ୍‌ ।

Get real time updates directly on you device, subscribe now.