fbpx

ବ୍ଲାକ-ହ୍ୱାଇଟ୍‌ ଓ ୟେଲୋ ଫଙ୍ଗସ୍‌ ପରେ ଏବେ ଗ୍ରୀନ୍‌ ଫଙ୍ଗସ୍‌ ଆତଙ୍କ: ଦେଶରେ ପ୍ରଥମ ରୋଗୀ ଇନ୍ଦୋରରୁ ଚିହ୍ନଟ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ବ୍ଲାକ ଫଙ୍ଗସ୍‌, ହ୍ୱାଇଟ୍‌ ଫଙ୍ଗସ୍‌, ୟେଲୋ ଫଙ୍ଗସ୍‌ ପରେ ଏବେ ଗ୍ରୀନ୍‌ ଫଙ୍ଗସ୍‌ ଆତଙ୍କ ସୃଷ୍ଟି ହେଲାଣି । ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ନିକଟରେ ଦେଖିବାକୁ ମିଳୁଛି ଏହି ମାରାତ୍ମକ ରୋଗ । ମଧ୍ୟ ପ୍ରଦେଶର ଇନ୍ଦୋରରେ ପ୍ରଥମେ ବ୍ଲାକ୍‌ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ। ପରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ଇନ୍ଦୋରରେ ୫୦୦ରୁ ଉର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଚିନ୍ତା ବଢାଇଛି ଗ୍ରୀନ ଫଙ୍ଗସ୍‌ । କରୋନାର ଦ୍ୱିତୀୟ ଲହରରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା ମଧ୍ୟ ପ୍ରଦେଶର ଇନ୍ଦୋର । କିନ୍ତୁ ବର୍ତ୍ତମାନ ଇନ୍ଦୋରରେ ଆଉ ଏକ ଫଙ୍ଗସ୍‌ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ତାହା ହେଉଛି ଗ୍ରୀନ୍‌ ଫଙ୍ଗସ୍‌ ।

ଦେଶରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଗ୍ରୀନ୍‌ ଫଙ୍ଗସ୍‌ ଭାଇରସ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଡାକ୍ତର ଅପୂର୍ବା ତିୱାରୀ କହିଛନ୍ତି, ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ଜଣେ ରୋଗୀଙ୍କ ରିପୋର୍ଟ ହସ୍ତଗତ ହୋଇଥିଲା । ୩୪ ବର୍ଷୀୟ ବିଶାଲ ଶ୍ରୀଧର ନାମକ ଜଣେ ଯୁବକଙ୍କ ଗତ ଦେଢ ମାସ ହେଲା ଏହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଫୁସଫୁସର ୯୦ ପ୍ରତିଶତ କାମ କରୁନଥିଲା । ଡାକ୍ତରମାନେ ତାଙ୍କର ଚିକିତ୍ସା ଜାରି ରଖିଥିଲେ । କିନ୍ତୁ ଯେତେବେଳେ ତାଙ୍କର ଫୁସଫୁସର ପରୀକ୍ଷଣ କରାଯାଇଥିଲା ସେଥିରେ ଗ୍ରୀନ ରଙ୍ଗର ଏକ ଫଙ୍ଗସ୍‌ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.