fbpx

ଭାରତୀୟ ଜଳଖିଆ ନୁହେଁ ‘ସିଙ୍ଗଡ଼ା’ : ଜାଣନ୍ତୁ ଏହାର ଇତିହାସ କ’ଣ ? ପ୍ରଥମେ କେଉଁଠି ହୋଇଥିଲା ପ୍ରସ୍ତୁତ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭାରତୀୟ ଜଳଖିଆଗୁଡ଼ିକରେ ସିଙ୍ଗଡ଼ାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବର୍ଷାଦିନ ହେଉ କି ଖରାଦିନ ସଂଧ୍ୟାବେଳେ ଛଣାଛଣି ଜିନିଷ ଖାଇବା କଥା ଉଠିଲେ ପ୍ରଥମେ ସିଙ୍ଗଡ଼ା କଥା ମନକୁ ଆସିଥାଏ । ଛୁଟିଦିନ ହେଉ କି ପିକ୍‌ନିକ୍‌ ସିଙ୍ଗଡ଼ା ବିନା କୌଣସି ପାର୍ଟି ଅଧୁରା । ସଭା ହେଉ କି ସଙ୍ଗୀତ ଆସର ସିଙ୍ଗଡ଼ା ବିନା ଆସର ଜମେନା । ପ୍ରକୃତରେ ସିଙ୍ଗଡ଼ାର ଇତିହାସ କ’ଣ ଏହା ପ୍ରଥମେ କେଉଁଠୁ ପ୍ରସ୍ତୁତ ହୋଇଥିଲା, ତାହା ବହୁତ କମ୍‌ ଲୋକ ଜାଣିଥିବେ । ଇରାନ୍‌ରୁ ସିଙ୍ଗଡ଼ା ଭାରତକୁ ଆସିଥିଲା । ପରେ ଏହା ଭାରତୀୟ ସ୍ୱାଦ ସହ ମିଶିଯାଇଥିଲା । ଏହା ଏବେ ଶିଶୁଠାରୁ ବୁଢା ସମସ୍ତଙ୍କର ପ୍ରିୟ ଖାଦ୍ୟ ପାଲଟିଯାଇଛି । ତେଣୁ ଗାଁରୁ ନେଇ ସହର ଛୋଟରୁ ଆରମ୍ଭ କରି ବଡବଡ ରେଷ୍ଟୁରାଣ୍ଡ ସବୁଆଡ଼େ ଏହା ସହଜରେ ମିଳିଯାଏ ।

ସିଙ୍ଗଡ଼ାର ଆକାର କଣ ପାଇଁ ତ୍ରିକୋଣ କରା ହେଲା ତାହା ଏବେ ବି ଅସ୍ପଷ୍ଟ । ସିଙ୍ଗଡ଼ା ବା ହିନ୍ଦୀରେ ଭାରତୀୟ ଜଳଖିଆ ନୁହେଁ ସିଙ୍ଗଡ଼ା କୁହାଯାଉଥିବା ସମୋସା ଫରାସୀ ଶଦ୍ଦ ‘ସମ୍ବେସାଗ’ରୁ ଆସିଛି । ଐତିହାସିକ ମତରେ ମହମ୍ମଦ ଗଜନୀଙ୍କ ଦରବାରରେ ସିଙ୍ଗଡ଼ାକୁ ଏକ ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରାଯାଉଥିଲା । ହୁଏତ ସେ ଭାରତ ଆକ୍ରମଣ କରିବା ବେଳେ ତାଙ୍କ ମାଧ୍ୟମରେ ଏହା ଭାରତ ଆସିଥାଇପାରେ ।

ଅନ୍ୟ କିଛି ଗବେଷକ କୁହନ୍ତି ୨୦୦୦ ବର୍ଷ ତଳେ ସିଙ୍ଗଡ଼ା ଭାରତ ଆସିଥିଲା । ଆର୍ଯ୍ୟମାନଙ୍କ ଭାରତ ଆଗମନ ବେଳେ ଏହା ମଧ୍ୟ ଏସିଆର ପର୍ବତାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମାଧ୍ୟମରେ ଭାରତକୁ ପ୍ରବେଶ କରିଥିଲା । ହେଲେ ଭାରତ ଆସିବା ପରେ ଏଥିରେ ଆଳୁ ତଥା ଅନ୍ୟ ମସଲାଦାର ପୂର ଦେବା ପରମ୍ପରା ଆରମ୍ଭ ହେଲା । ସମ୍ଭବତଃ ଭାରତୀୟମାନେ ନିଜ ପିଠାପଣା ପ୍ରସ୍ତୁତ କରିବା ବେଳେ ପୂର ଦେଉଥିବା ପ୍ରଥାକୁ ସିଙ୍ଗଡ଼ା କ୍ଷେତ୍ରରେ ବ୍ୟବହାର କରିଥାଇପାରନ୍ତି ।

Get real time updates directly on you device, subscribe now.