fbpx

ଆଡଲ୍ଟ ଫିଲ୍ମକୁ ନେଇ ଏମିତି ପରସ୍ଥିତିର ସମ୍ମୁଖୀନ ହୋଇଥିଲେ ତାପସୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ନିଜର ସ୍ସପେନ୍ସ ଥ୍ରୀଲର ଫିଲ୍ମ ‘ହସୀନ ଦିଲରୁବା’ କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ନିକଟରେ ତାପସୀ ଏକ ସାକ୍ଷାତକାରରେ ଏକ ଖୁଲାସା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ସେ କିପରି ତାଙ୍କ ବାପା-ମାଙ୍କ ନିକଟରେ ଅସଂଯତ ପରସ୍ଥିତି ସମ୍ମୁଖୀନ ହୋଇଥିଲେ । ଫିଲ୍ମର ପ୍ରମୋସନ ସମୟରେ ସେ ଆରଜେ ସିଦ୍ଧାର୍ଥ କନ୍ନନଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ ।

ସାକ୍ଷାତକାର ସମୟରେ ତାପସୀଙ୍କୁ ପଚରା ଯାଇଥିଲା ଯେ ସେ କେବେ ଆଡଲ୍ଟ ଫିଲ୍ମ ଦେଖୁଥିବା ସମୟରେ ଧରାପଡ଼ିଛନ୍ତି କି ? ଏହାର ଉତ୍ତର ଦେଇ କହିଥଲେ ସେ ଏଭଳି ପରିସ୍ଥିତିରେ ପଡ଼ିନାହାନ୍ତି ତେବେ ସେ ଏକ ମଜାଦାର କଥା କହିଥିଲେ । ସେ କହିଥିଲେ ଆଗରୁ ଘରେ ଗୋଟିଏ ଟିଭି ରହୁଥିଲା, ତେଣୁ ଯେତେବେଳେ ଜଣେ ଯେଉଁ କାର୍ଯ୍ୟକ୍ରମ ଦେଖୁଥିଲା ଆମକୁ ବି ସେହି କାର୍ଯ୍ୟକ୍ରମ ଦେଖିବାକୁ ପଡୁଥିଲା । ଯଦି ବାପା ଟିଭି ଦେଖୁଥାନ୍ତି ସେତେବେଳେ ଆମକୁ ବି ତାଙ୍କ ସାଥିରେ ଦେଖିବାକୁ ପଡ଼ୁଥିଲା ଆଉ ଯେତେବେଳେ ଫିଲ୍ମରେ କୌଣସି ଅନ୍ତରଙ୍ଗ ସିନ ଆସୁଥିଲା ସେତେବେଳେ ସମସ୍ତଙ୍କ ଅବସ୍ଥା ଖରାପ ହୋଇଯାଉଥିଲା । ଏହି ସିନ ବେଳେ ସମସ୍ତେ ପାଣି ପିଇବାକୁ ଚାଲିଯାଉଥିଲେ ନହେଲେ ଚ୍ୟାନେଲ ବଦଳାଇ ଦେଉଥିଲେ । ଯାହା ବହୁତ ଅଜବ ଲାଗୁଥିଲା । ନିକଟରେ ତାପସୀଙ୍କର ରିଲିଜ ହୋଇଥିବା ‘ହସୀନ ଦିଲରୁବା’ରେ ତାପସୀଙ୍କ ସହିତ ବିକ୍ରାନ୍ତ ମାସେ ଏବଂ ହର୍ଷବର୍ଦ୍ଧନ ରାଣେ ନଜର ଆସିଥିଲେ ।

Get real time updates directly on you device, subscribe now.