ମୁମ୍ବାଇ: “କୌନ୍ ବାନେଗା କରୋଡପତି”କୁ ୨୧ ବର୍ଷ ପୂରିଛି । ଏହାର ପ୍ରଥମ ଏପିସୋଡ ୨୦୦୦ ମସିହାରେ ଜୁଲାଇ ୩ ତାରିଖରେ ଟେଲିଭିଜନ୍ ରେ ପ୍ରସାରିତ ହୋଇଥିଲା । ଆଉ ଏହି ଶୋ ମାଧ୍ୟମରେ ଅମିତାଭ ବଚ୍ଚନ ଛୋଟ ପରଦାରେ ଡେବ୍ୟୁ କରିବା ଆରମ୍ଭ କରିଥିଲେ । ଆଉ ଏପର୍ଯ୍ୟନ୍ତ ଏହି ଶୋ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧୩ଟି ସିଜନ୍ ର ପ୍ରସାରଣ ସରିଲାଣି । କେବଳ ଗୋଟିଏ ସିଜନ୍ କୁ ଛାଡ଼ି ବାକି ସବୁ ସିଜନ୍ ରେ ଅମିତାଭ ହୋଷ୍ଟ ଭାବରେ ଦେଖିବାକୁ ମିଳିଥିଲେ ।
୨୦୦୭ ମସିହାରେ ଅମିତାଭ ବଚ୍ଚଚ ଶୋକୁ ହୋଷ୍ଟ କରିବାକୁ ମନା କରିଦେଇଥିଲେ । ଯାହାପରେ ସିଜନ୍ ୩ରେ ଶାହରୁଖ ଖାନ୍ ଙ୍କୁ ହୋଷ୍ଟ ଭାବରେ ଦେଖିବାକୁ ମିଳିଥିଲା । ତେବେ ଏହି ଥର ମେକର୍ସ ମାନେ ଆଶା ରଖିଥିଲେ ଯେ, ସବୁଥର ପରି ଏହି ସିଜନ୍ ମଧ୍ୟ ହିଟ୍ ରହିବ । କିନ୍ତୁ ଫଳ କିଛି ଅଲଗା ହୋଇଥିଲା । ଶୋର ଟିଆରପି ତଳକୁ ଖସି ଆସିଥିଲା । କେବିସି ର ହୋଷ୍ଟ ଭାବରେ ମେକର୍ସ ମାନେ ଶାହରୁଖ ଖାନ୍ ଙ୍କୁ ଦେଖିବାକୁ ପସନ୍ଦ କରିନଥିଲେ । ଏହାପରେ ପୁଣି ଥରେ ଅମିତାଭଙ୍କୁ ଅଣାଯାଇଥିଲା ।
ଏକ ସାକ୍ଷାତକାରରେ ଶୋ’ର ନିର୍ମାତା ସିଦ୍ଧାର୍ଥ ବାସୁ ଶାହରୁଖଙ୍କ ସହିତ ଶୋ ର ଫ୍ଲପ୍ ବିଷୟରେ କହିଥିଲେ । ସେ କହିଥିଲେ ଯେ, “ଶୋ ର ଫ୍ଲପ୍ ହେବାର କାରଣ ହେଲା ଲୋକମାନେ ଶାହରୁଖଙ୍କ ସହିତ ଅମିତାଭଙ୍କ ତୁଳନା କରିଥିଲେ । ମୋତେ ଲାଗୁଛି ଶାହରୁଖ ନିଜର ମଜାକିଆ ଅନ୍ଦାଜ୍ ଓ ଚାର୍ମ ସହିତ ହୋଷ୍ଟ କରିଥିଲେ । ସେ ଟିଭିରେ ସବୁଠାରୁ ନାଚୁରାଲ୍ ଆକି୍ଟଂ କରନ୍ତି । ସେ ନିଜେ ମନରୁ ଭାବି ହୋଷ୍ଟ କରନ୍ତି” । ସେ ଆହୁରି ମଧ୍ୟ ମାନିଛନ୍ତି ଯେ, “ଅମିତାଭଙ୍କ ଭଳି ହେବା ବହୁତ୍ କଷ୍ଟ । କେହି ବି ନିଜକୁ ତାଙ୍କ ସହିତ ତୁଳନା କରିପାରିବେ ନାହିଁ” ।