fbpx

ଇସ୍ରାଏଲର ଏହି ୫ଟି ଅସ୍ତ୍ର ପାଇବାକୁ ପାଗଳ ପ୍ରାୟ ସାରା ଦୁନିଆ, ଜାଣନ୍ତୁ କଣ ଏହା

ଓଡ଼ିଶା ଭାସ୍କର ବ୍ୟୁରୋ: ବିଭିନ୍ନ ଉନ୍ନତ ଧରଣର କ୍ଷେପଣାସ୍ତ୍ର ତିଆରି କରିବାରେ ଇସ୍ରାଏଲ୍ ହେଉଛି ସବୁଠାରୁ ଅଗ୍ରଣୀ ଦେଶ । ଏହି କ୍ଷେପଣାସ୍ତ୍ର ବିକ୍ରୟ କରି ଇସ୍ରାଏଲ ଭାରତ ସହିତ ୧୦୦୦ କୋଟିରୁ ଅଧିକ ଚୁକ୍ତି କରିଛି । କେବଳ ଭାରତ ନୁହେଁ ବରଂ ଅନେକ ଶକ୍ତିଶାଳୀ ରାଷ୍ଟ୍ର ଏହିଠାରୁ ଆଧୁନିକ କ୍ଷେପଣାସ୍ତ୍ର କିଣିବାକୁ ଚୁକ୍ତି କରନ୍ତି । ତେବେ ଚାଲନ୍ତୁ ଜାଣିବା ଇସ୍ରାଏଲ୍ ପାଖରେ ଏପରି କଣ କଣ କ୍ଷେପଣାସ୍ତ୍ର ରହିଛି ଯାହାକୁ ପୂରା ଦୁନିଆ ପାଇବାକୁ ସ୍ୱପ୍ନ ଦେଖୁଛନ୍ତି ।

ଇସ୍ରାଏଲ୍ ହେଉଛି ଗୋଟିଏ ଛୋଟ ଦେଶ । କିନ୍ତୁ ଏଠାରେ ତିଆରି ହେଉଥିବା କ୍ଷେପଣାସ୍ତ୍ର ପାଇବାକୁ ପୂରା ଦୁନିଆରେ ବ୍ୟବହାର କରାଯାଏ । ଏହି ଦେଶ ପାଖରେ ବାୟୁ, ଜଳ, ସ୍ଥଳ ଓ ଜଳ ଭିତରେ ସବୁଠାରେ ହେଉଥିବା ଶତ୍ରୁଙ୍କ ସହ ଲଢ଼ିବା ପାଇଁ କ୍ଷେପଣାସ୍ତ୍ର ରହିଛି । ଇସ୍ରାଏଲ୍ ଏହି ଉନ୍ନତ ଧରଣର କ୍ଷେପଣାସ୍ତ୍ର ସବୁକୁ ବିକ୍ରି କରି ୧୦୦୦ କୋଟିରୁ ଅଧିକ ଚୁକ୍ତି କରିଥାଏ । ତେବେ କ୍ଷେପଣାସ୍ତ୍ର ମାନଙ୍କ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବିଷୟରେ ଚାଲନ୍ତୁ ଜାଣିବା ।

ଇଏଲଏମ୍-୨୨୩୮ ସ୍ଟାର- ଏହି କ୍ଷେପଣାସ୍ତ୍ରର ଖାସିୟତ୍ ହେଉଛି ଯେ, ଏହା ଉଭୟ ବାୟୁ ଓ ସ୍ଥଳ ଭାଗର ଶତ୍ରୁଙ୍କ ସହିତ ଲଢ଼ିବାରେ ସକ୍ଷମ । ଏହାକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଡାର୍ ଭାବେ ମନାଯାଇଥାଏ । ଇସ୍ରାଏଲ୍ ଅନେକ ଗୁଡ଼ିଏ ଦେଶରେ ଏହି ରାଡାର୍ କୁ ସପ୍ଲାଏ କରିଥାଏ ।

ଫାଲ୍କନ୍ ଏୟାର୍ ୱାର୍ଣ୍ଣିଂ ସିଷ୍ଟମ୍- ଏହାକୁ ଅନ୍ୟତମ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଭାବେ ଧରାଯାଇଥାଏ । ବାୟୁରେ ହେଉଥିବା ସବୁ ପ୍ରକାରର ଶତ୍ରୁ ଆକ୍ରମଣ ସହିତ ଲଢ଼ିବାରେ ଏହା ସକ୍ଷମ । ଇସ୍ରାଏଲ୍ ଭାରତ ସହିତ ୮୦୦୦ କୋଟି ଟଙ୍କାରୁ ଅଧିକ ଚୁକ୍ତି ଖୁବ୍ ଅଳ୍ପ ସମୟ ଭିତରେ କରିସାରିଛି ।

ସର୍ଚ୍ଚର୍ ଏୟାରକ୍ରାଫ୍ଟ କୁ ଇସ୍ରାଏଲ୍ ର ସବୁଠାରୁ ଶ୍ରେଷ୍ଠ ବିମାନ ଭାବରେ ଧରାଯାଇଥାଏ । ଇସ୍ରାଏଲ ମଧ୍ୟ ଗତ ବର୍ଷ ଭାରତକୁ ଏହି ବିମାନ ଯୋଗାଇ ଦେଇଛି।

ଡର୍ବି କ୍ଷେପଣାସ୍ତ୍ର ଦେଖିବା ପାଇଁ ଆପଣ ଏକ ସାଧାରଣ କ୍ଷେପଣାସ୍ତ୍ର ଲାଗୁଥାଇପାରେ କିନ୍ତୁ ଏହି ଡର୍ବି କ୍ଷେପଣାସ୍ତ୍ର ଇସ୍ରାଏଲର ସବୁଠାରୁ ବଡ ଶକ୍ତି ଭାବରେ ବିବେଚନା କରାଯାଏ । ଏହି କ୍ଷେପଣାସ୍ତ୍ର ଯୁଦ୍ଧ ବିମାନରେ ବହୁଳ ଭାବରେ ବ୍ୟବହୃତ ହୁଏ । ଏହା ସର୍ବୋତ୍ତମ ବାୟୁ-ଟୁ-ଏୟାର କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ ।

Get real time updates directly on you device, subscribe now.