fbpx

ବ୍ରାହ୍ମଣଛାଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ୭ ଗିରଫ, ତନାଘନା ଚଳାଇଛି ପୋଲିସ୍

ହିଞ୍ଜିଳିକାଟୁ(ଓଡ଼ିଶା ଭାସ୍କର): ଗତ ୬ ତାରିଖ ରାତିରେ ବ୍ରାହ୍ମଣଛାଇ ଗ୍ରାମରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ପ୍ରେମୀ ଯୁଗଳଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହେବା ପ୍ରସଙ୍ଗକୁ କେନ୍ଦ୍ର କରି ଗାଁରେ ଗୋଷ୍ଠୀ ସଂଘର୍ଷ ସାଂଘାତିକ ରୂପ ନେଇଥିଲା । ଗାଁରେ ଖଣ୍ଡା ବୁଲିବା ସହ ହଣାକଟାରେ ସରପଞ୍ଚଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ଏହି ଘଟଣାରେ ପୋଲିସ୍ ୭ ଜଣଙ୍କୁ ଗିରଫ କରିଛି ।

ଗୋଷ୍ଠୀ ସଂଘର୍ଷରେ ଜଡ଼ିତ ଉଭୟ ଗୋଷ୍ଠୀର ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ନୟନ ମଳିକ, ମଙ୍ଗୁଳୁ ପୃଷ୍ଟି, ସୀତାରାମ ଜେନା, ଅନନ୍ତ ଆପଟ, ସନ୍ତ ପ୍ରଧାନ, ଡାକ ପ୍ରଧାନ ଓ କଳ ପ୍ରଧାନ । ଫେରାର ଥିବା ଅନ୍ୟ ୩ ଜଣଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ୍ କହିଛି । ଏସଂପର୍କରେ ଥାନାରେ ୧୫୧ ଓ ୧୫୨ନଂରେ ଦୁଇଟି ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ କହିଛନ୍ତି ।

କଣ ଥିଲା ଘଟଣା ପଢ଼ନ୍ତୁ:

ଅସଞ୍ଜତ ଅବସ୍ଥାରୁ ଅଶାନ୍ତ ଗଞ୍ଜାମ, ଗୋଷ୍ଠୀ ସଂଘର୍ଷରେ ୬ ଗୁରୁତର

Get real time updates directly on you device, subscribe now.