fbpx

ସାମ୍ବାଦିକଙ୍କୁ ଆକ୍ରମଣ କଲେ ମହିଳା କନଷ୍ଟେବଳ; ଆଉ ତାପରେ…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ମହିଳା କନଷ୍ଟେବଳ । ତେବେ କୌଣସି ଭୁଲ ପାଇଁ ନୁହେଁ ବରଂ ଏକ ଖବର ପ୍ରସାରଣକୁ ନେଇ ସାମ୍ବାଦିକଙ୍କ ଉପରେ ହୋଇଛି ଆକ୍ରମଣ । ମହିଳା କନଷ୍ଟେବଳ ଜଣଙ୍କ ମାସ୍କ ପିନ୍ଧି ନଥିବାରୁ ଏହାକୁ ପ୍ରକାଶ କରି ଦେଇଥିଲେ ସାମ୍ବାଦିକ ।

କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଧାରଣା ଦେଉଥିଲା । ଖବର ସଂଗ୍ରହ ପାଇଁ ଯାଇଥିବା ଭୀମସେନ ମହିଳା କନଷ୍ଟେବଳ ପିନୁ ନାୟକଙ୍କୁ ବିନା ମାସ୍କରେ ଦେଖିଥିଲେ । ଏହି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଉତକ୍ଷିପ୍ତ ପିନୁ ନାୟକ ସାମ୍ବାଦିକଙ୍କୁ କଲର ଟାଣି ଆକ୍ରମଣ କରିଥିଲେ । ବିଜେପି ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହିତ କନଷ୍ଟେବଳଙ୍କ ନିଲମ୍ବନ ଦାବି କରାଯାଇଛି ।

Get real time updates directly on you device, subscribe now.