fbpx

ଖଣ୍ଡଗିରି- ଜାଗମରା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଏସୟୁଭିକୁ ଧକ୍କା ଦେଇ ୨ଟି ଦୋକାନକୁ ମାଡ଼ି ଗଲା ଜିପ୍

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଖଣ୍ଡଗିରି- ଜାଗମରା ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଜାଗମରା ରାସ୍ତାରେ ଦୃତଗତିରେ ଆସୁଥିବା ଜିପ୍‌ଟି(ଓଡ଼ି ୩୩ ୟୁ- ୮୨୬୬) ଭାରସାମ୍ୟ ହରାଇ ଏକ ଏସୟୁଭି(ଓଡ଼ି-୦୨ ଏଡବ୍ଲୁ ୭୧୧୧) ଧକ୍କା ଦେବା ସହ ୨ଟି ଦୋକାନକୁ ମାଡ଼ି ଯାଇଛି। ବିଳମ୍ବିତ ରାତି ହୋଇଥିବାରୁ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଯାଇଛି। ତେବେ ଦୁର୍ଘଟଣାରେ ଜିପ୍‌ଟିର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାଙ୍ଗି ଚୁର ମାର୍ ହୋଇଯାଇଛି। ଦୁର୍ଘଟଣା ସ୍ଥଳରେ ଖଣ୍ଡଗିରି ପୁଲିସ ଏକ ପିସିଆର୍ ଭ୍ୟାନ୍ ପହଞ୍ଚି ଦୁର୍ଘଟଣାରେ ଆହତ ହୋଇଥିବା ଡ୍ରାଇଭରକୁ ଉଦ୍ଧାର କରିଛି। ତେବେ ମଦ୍ୟପାନ କରି ଗାଡ଼ି ଚଳାଇବାରୁ ଏହି ଦୁର୍ଘଟଣା ହୋଇଥିବା ସ୍ଥାନୀୟଲେକା ସନ୍ଦେହ କରୁଛନ୍ତି।

Get real time updates directly on you device, subscribe now.