ନୂଆଦିଲ୍ଲୀ: ଚଳିତ ଅଲିମ୍ପିକ୍ସରେ ମହିଳାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ରହିଥିବା ବେଳେ ଗୋଟିଏ ସଂସ୍କରଣରେ ୭ ପଦକ ସହିତ ବିଶ୍ୱ ରେକର୍ଡ କରିଛନ୍ତି ଏମ୍ମା ମେକନ୍ । ଅଷ୍ଟ୍ରେଲିଆର ମହିଳା ସନ୍ତରଣକାରୀ ଏମ୍ମା ୪ଟି ବର୍ଗରେ ସ୍ୱର୍ଣ୍ଣ ଓ ୩ଟି ବ୍ରୋଞ୍ଜ ପଦକ ସହିତ ସମୁଦାୟ ୭ ପଦକ ହାସଲ କରିଛନ୍ତି । ଶେଷ ଥର ପାଇଁ ୧୯୫୨ ମସିହାରେ ପ୍ରଥମ ମହିଳା ଭାବରେ ସୋଭିଏତ ଋଷିଆର ମାରିଆ ଗୋରୋଖୋଭସ୍କ୍ୟା ସମାନ ଭାବରେ ୭ ପଦକ ହାସଲ କରିଥିଲେ । ପୁରୁଷ ଖେଳାଳିଙ୍କ ମଧ୍ୟରେ ଆମେରିକାର ମାଇକେଲ ଫେଲପ୍ସ, ମାର୍କ ସ୍ପିଟ୍ଜ ଓ ମ୍ୟାଟ୍ଟ ବିଓଣ୍ଡି ଏହି କୃତିତ୍ୱ ହାସଲ କରିଛନ୍ତି ।
ଏମ୍ମାଙ୍କ ପଦକ ମଧ୍ୟରୁ ୩ଟି ବ୍ୟକ୍ତିଗତ ଇଭେଣ୍ଟରୁ ଏବଂ ୪ଟି ଦଳଗତ ଇଭେଣ୍ଟରୁ ଆସିଛି । ମହିଳା ୧୦୦ ମି. ଫ୍ରିଷ୍ଟାଇଲ, ୪ଗୁଣା ୧୦୦ ମି. ଫ୍ରିଷ୍ଟାଇଲ, ୪ ଗୁଣା ୧୦୦ ମି. ମେଡଲି ରିଲେ, ୫୦ ମି. ଫ୍ରି ଷ୍ଟାଇଲ ବର୍ଗରେ ଏମ୍ମା ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମିକ୍ସଡ ୪ ଗୁଣା ୧୦୦ ମି. ମେଡଲି ରିଲେ, ୧୦୦ ମି. ବଟରଫ୍ଲାଏ ଓ ୪ ଗୁଣା ୨୦୦ ମି. ଫ୍ରିଷ୍ଟାଇଲ ରିଲେରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।