fbpx

୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ, ୩ଟି ସ୍ଲଟ୍‌ରେ ବୁଲିପାରିବେ ଦର୍ଶକ

ନୂଆଦିଲ୍ଲୀ : ଦୀର୍ଘ ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ରାଷ୍ଟ୍ରପତି ଭବନ । କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବରୁ ସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା । ତେବେ ୩ମାସର ପ୍ରତୀକ୍ଷା ପରେ ପୁଣି ଦର୍ଶକମାନେ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଯାଇପାରିବେ । ଏପ୍ରିଲ ମାସରୁ ବନ୍ଦ ରହିଥିବା ସଂଗ୍ରହାଳୟରେ ଏବେ ୩ ଟି ସ୍ଲଟରେ ପର୍ଯ୍ୟଟକମାନଙ୍କୁ ପରିଭ୍ରମଣର ସୁବିଧା ମିଳିବ ବୋଲି ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି ।

ସକାଳ ୧୦.୩୦ରୁ ୧୧ଟା ପର୍ଯ୍ୟନ୍ତ, ୧୨ ଟା ୩୦ରୁ ୧ଟା ୩୦ ଓ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି । ସ୍ଲଟ୍‌ ପିଛା ୨୫ ଜଣଙ୍କୁ ରାଷ୍ଟ୍ରପତି ଭବନ ସଂଗ୍ରହାଳୟକୁ ଯାତ୍ରା କରିବା ପାଇଁ ଅନୁମତି ମିଳିବ । ସଂଗ୍ରହାଳୟରେ ଭାରତର କଳା, ସଂସ୍କୃତି, ଐତିହ୍ୟ ଏବଂ ଇତିହାସକୁ ପ୍ରତୀକ କରୁଥିବା ଅମୂଲ୍ୟ କଳାକୃତିକୁ ଦେଖିାରିବେ ପର୍ଯ୍ୟଟକ ।

Get real time updates directly on you device, subscribe now.