fbpx

ବିଜୟ ପରେ ମହିଳା ହକି ଟିମକୁ ଏପରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ କରି ଇତିହାସ ରଚିଛି ଭାରତୀୟ ହକି ଟିମ୍ । ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିବା ପରେ ମହିଳା ହକି ଟିମକୁ ଛୁଟୁଛି ଶୁଭେଚ୍ଛା ସୁଅ । ଭାରତୀୟ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ଜରିଆରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ‘ମହିଳା ହକି ଦଳ ବିଜୟ ଅଭିଯାନ ବଜାୟ ରଖୁ । ଦେଶର ସମ୍ମାନ ବଜାର ରଖୁ ଭାରତୀୟ ମହିଳା ହକି ଦଳ ।’

ଏହା ସହ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ‘ପ୍ରତି ପଦକ୍ଷେପରେ ଇତିହାସ ରଚୁଛନ୍ତି ଭାରତୀୟ ମହିଳା ଦଳ ।’

ତେବେ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଦଳ । ଟିମ୍ ପ୍ରଥମଥର ପାଇଁ ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି ଭାରତ । ଭାରତ ପକ୍ଷରୁ ଗୁରଜିତ୍ କୌର ଦେଇଛନ୍ତି ଗୋଲ୍ । ମହିଳା ଟିମ୍ ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ପ୍ରବେଶ କରିଛନ୍ତି ।

 

Get real time updates directly on you device, subscribe now.