fbpx

ଚାଲୁଥିବା କାର୍ ହୁ-ହୁ ହୋଇ ଜଳିଗଲା, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ

ଓଡ଼ିଶା ଭାସ୍କର ବ୍ୟୁରୋ: ରାସ୍ତାରେ ଯାଉଥିଲା କାର୍ । ଆଉ ଏହି ଚଳନ୍ତା କାର୍ ହଠାତ୍ ହୁ-ହୁ ହୋଇ ଜଳି ଉଠିଲା । ଏତେବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଅଭିନେତ୍ରୀ । ଏ କୌଣସି ରିଲ୍ କଥା ନୁହେଁ । ରିଅଲ୍ ଲାଇଫ୍ ରେ ଘଟିଛି ଏଭଳି ଦୁର୍ଘଟଣା । ‘ଗୁମ୍ ହୈ କିସି କେ ପ୍ୟାର୍ ମେଁ’ ସିରିୟଲ୍ ପାଇଁ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ଯାମିନୀ ମାଲହୋତ୍ରା ମଙ୍ଗଳବାର ରାତିରେ ଏଭଳି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ।

ନିଆଁର ପ୍ରକୋପ ବଢ଼ିବା ଦେଖି ଯାମିନୀ ତୁରନ୍ତ କାର୍ ଭିତରୁ ଓହ୍ଲାଇ ଆସିଥିଲେ । ସେ ଯେମିତି କାର୍ ଭିତରୁ ଆସିଯାଇଛନ୍ତି ତାପରେ ପରେ ନିଅାଁ ଆହୁରି ତୀବ୍ର ବେଗରେ ମାଡ଼ି ଯାଇଥିଲା । ଦେଖୁ ଦେଖୁ ତାଙ୍କ ସାମ୍ନାରେ ହିଁ କାର୍ ଜଳି ପୂରା ପାଉଁଶ ହୋଇଗଲା । ଯାମିନୀ ଏଭଳି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରତିଦିନ ଭଳି ମଙ୍ଗଳବାର ରାତିରେ ଡ୍ରାଇଭ୍ ପାଇଁ ବାହାରିଥିଲି । ଜୁହୁ ପରେ ପରେ ଲୋଖଣ୍ଡୱାଲା ଆଡ଼କୁ ସେ ଯାଉଥିବାବେଳେ ଏଭଳି ବଡ଼ ଦୁର୍ଘଟଣା ଘଟିଥିଲା । ଯାମିନୀ ଆହୁରି କହିଛନ୍ତି ଯେ ସେ ନିଜ ଇନଷ୍ଟାଗ୍ରାମରେ ମସ୍ତି କରୁଥିବା ଫଟୋ ଶେଆର୍ ମଧ୍ୟ କରିଥିଲେ । କିନ୍ତୁ ଯେମିତି ସେ ଗାଡ଼ି ଚଳାଇବା ଆରମ୍ଭ କରିଦେଲେ, ଦେଖିଲେ ଯେ ବର୍ଣ୍ଣେଟ୍ରେ ଧୂଆଁ ଉଠୁଛି । କିଛି ବୁଝିବା ଆଗରୁ ନିଆଁ ଧରି ଯାଇଥିଲା । ଏସବୁ ବଡ଼ ଭୟଙ୍କର ପରିସ୍ଥିତି ଥିଲା ଓ ସୌଭାଗ୍ୟକୁ ବଞ୍ଚିଗଲି ବୋଲି ଯାମିନୀ କହିଛନ୍ତି ।

Actress Yamini Malhotra

ଦୁର୍ଘଟଣା ହଠାତ୍ ଘଟିବା ପରେ କାର୍ ଓହ୍ଲାଇ ଦେଖୁଥିଲେ ନିଆଁର ତାଣ୍ଡବ । ନିଜ କାର୍ ବଞ୍ଚାଇବାକୁ ସେ କିଛି କରିପାରିନଥିଲେ । ପରେ ସେ ପୋଲିସ୍ ଷ୍ଟେସନ ଯାଇ ରିପୋର୍ଟ କରିଥିଲେ । ଏକ ଟିମ୍ ତାଙ୍କ ସହ ଘଟଣାସ୍ଥଳକୁ ଯାଞ୍ଚ ପାଇଁ ଆସିବାବେଳକୁ କାର୍ ପୂରା ପାଉଁଶ ହୋଇଯାଇଥିଲା । କେବଳ କିଛି ପୋଡ଼ାଜଳା ଲୁହା ସାମଗ୍ରୀ ପଡ଼ିରହିଥିଲା । କାର୍ ନିଜ ସାମ୍ନାରେ ପାଉଁଶ ହେବା ଯେତିକି କଷ୍ଟ ଦାୟକ, ଠିକ୍ ସେହିପରି ମୋତେ ବଞ୍ଚାଇ ଦେଇଥିବାରୁ ଈଶ୍ୱରଙ୍କ ନିକଟରେ ମୁଁ କୃତଜ୍ଞ ବୋଲି କହିଛନ୍ତି ଯାମିନୀ ।

Get real time updates directly on you device, subscribe now.