fbpx

ତାଲିବାନର ଘୋଷଣା – ‘ସରକାରୀ କର୍ମଚାରୀଙ୍କୁ କ୍ଷମା କରୁଛୁ, ବିନା ଭୟରେ କାମକୁ ଫେରିଯାଅ’

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସମସ୍ତ ସରକାରୀ କର୍ମଚାରୀ କାମକୁ ଫେରିଯିବାକୁ ତାଲିବାନ୍ ନିର୍ଦ୍ଦେଶ ଦେଇଛି । ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କୁ କ୍ଷମା କରାଯାଇଛି ବୋଲି ତାଲିବାନ୍ ଘୋଷଣା କରିଛି । ତାଲିବାନ୍ ପକ୍ଷରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଯେ, ‘ସମସ୍ତଙ୍କ ପାଇଁ କ୍ଷମାର ଘୋଷଣା କରାଯାଉଛି । ଏଭଳି ପରିସ୍ଥିତିରେ ଆପଣ ନିଜର ରୁଟିନ୍ ଲାଇଫ୍ ସମ୍ପୂର୍ଣ୍ଣ ବିଶ୍ୱାସ ସହିତ ଆରମ୍ଭ କରନ୍ତୁ ।’

ତାଲିବାନ କହିଛି, ‘କୌଣସି ବି ସରକାରୀ କର୍ମଚାରୀଙ୍କୁ ଡରିବାର ଆବଶ୍ୟକତା ନାହିଁ । ଆପଣଙ୍କର କିଛି ବି କ୍ଷତି ହେବ ନାହିଁ । ସମସ୍ତେ କାମକୁ ପୁଣି ଫେରି ଆସନ୍ତୁ । କାହାକୁ କିଛି କୁହାଯିବ ନାହିଁ ।’

ତେବେ ଆଫଗାନିସ୍ତାନ ସମ୍ପୂର୍ଣ୍ଣ କବଜା ପରେ ଏବେ ସେଠାରେ ତାଲିବାନର ଭୟ ଦେଖିବାକୁ ମିଳୁଛି । ଦେଶ ଛାଡିବାକୁ ବିମାନବନ୍ଦର ଠାରୁ ଆରମ୍ଭ କରି ସବୁ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ତାଲିବାନ ଡରରେ ପୋଲିସ ଓ ସୁରକ୍ଷା ବାହିନୀର କର୍ମଚାରୀମାନେ ସେମାନଙ୍କ ୟୁନିଫର୍ମ କାଢ଼ିଦେଇଛନ୍ତି । ସେମାନେ ନିଜ ଘର ଛାଡି ଅଣ୍ଡରଗ୍ରାଉଣ୍ଡ ହୋଇଛନ୍ତି । କର୍ମଚାରୀ, ପୋଲିସ ଓ ସେନା ଅଧିକାରୀ, ସାମ୍ବାଦିକ ଓ ବିଦେଶୀ ଏନଜିଓ ସହ ଜଡିତ ଲୋକଙ୍କ ଖୋଜିବା ପାଇଁ ଡୋର-ଡୁ-ଡୋର୍ ସର୍ଚ୍ଚ ଆରମ୍ଭ କରିଛି ତାଲିବାନ୍ ।

Get real time updates directly on you device, subscribe now.