fbpx

ବିପଦ ଘଣ୍ଟି ହେଉଛି ହ୍ୱାଟସଆପକୁ ଆସୁଥିବା ଏହି ମେସେଜ୍, ହ୍ୟାକର୍ସ ମାନଙ୍କ ନୂଆ ଚାଲ୍

ନୂଆଦିଲ୍ଲୀ: ଯଦି ଆପଣ ମେସେଜିଂ ଆପ୍ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଏହା ହେଉଛି ଆପଣଙ୍କ ପାଇଁ ସତର୍କ ଘଣ୍ଟି । ହ୍ୟାକର୍ ମାନେ ଏବେ ୟୁଜର୍ସଙ୍କ ଡିଟେଲ୍ସ ପାଇବା ପାଇଁ ନୂଆ ତରିକା ଆପଣାଉଛନ୍ତି । ଚିନ୍ତାର କଥା ହେଉଛି ସାଇବର୍ ଅପରାଧି ମାନେ ହ୍ୱାଟସଆପ୍ ରେ ଥିବା ଖାସ୍ ସିକ୍ୟୁରିଟି ଫିଚର୍ କୁ ନିଜର ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ହ୍ୱାଟସଆପ୍ ର ଏହି ଫିଚର୍ ହେଉଛି two-factor authentication  ।

ହ୍ୱାଟସଆପ୍ ପକ୍ଷରୁ ଟୁ-ଷ୍ଟେପ୍ ଭେରିଫିକେସନ୍ ଫିଚର୍ କୁ ଆକାଉଣ୍ଟ ସିକ୍ୟୁରିଟି ପାଇଁ ଲଞ୍ଚ କରାଯାଇଥିଲା । ଏବେ ହ୍ୟାକର୍ ମାନେ ଏହାକୁ ଫୋନ୍ ହ୍ୟାକିଂ ପାଇଁ ବ୍ୟବହାର କରୁଛନ୍ତି । ଏହାକୁ ଭେରିଫିକେସନ୍ କୋଡ୍ ସ୍କାମ୍ ବୋଲି ମଧ୍ୟ କୁହାଯାଏ । ଏହି କୋଡ୍ ଟୁ-ଷ୍ଟେପ୍ ଭେରିଫିକେସନ୍ ର କୋଡ୍ ହୋଇଥାଏ ଓ ଏହା ଫୋନ୍ ଚେଞ୍ଜ କରିବା ସମୟରେ ହ୍ୱାଟସଆପ୍ ଆକାଉଣ୍ଟ ଆକ୍ଟିଭ୍ କରିବା ସମୟରେ ଦରକାର ପଡ଼ିଥାଏ ।

ତେବେ ଏହି ପରିପ୍ରେକ୍ଷୀରେ ସାଇବର୍ ଅପରାଧି ମାନେ ୟୁଜର୍ସ ଳଗଇନ୍ କୋଡ୍ ସହିତ ଏକ ଟେଷ୍ଟ୍ ମେସେଜ୍ ପଠାଉଛନ୍ତି । ମେସେଜ୍ ଟି ହେଉଛି  ‘Hey! I accidentally sent you my WhatsApp log-in code. Could you send it back to me please?’ । ଆପଣ ମାନେ ଏଥିରେ ଖୁବ୍ ସହଜରେ ଫସି ପାରନ୍ତି । ତେଣୁ ଏଭଳି ମେସେଜ୍ ଆସିବା ବେଳେ ଆପଣ ମାନେ ସତର୍କ ହୋଇଯାଆନ୍ତୁ । ତେବେ ଯଦି ଆପଣ ଭୁଲ୍ ରେ ଏହି ମେସେଜ୍ ର ରିପ୍ଲାଏ ଦେଉଛନ୍ତି ତେବେ ଆପଣଭ୍କ ଫୋନ୍ ହ୍ୟାକ୍ ହୋଇପାରେ । ଯଦି ଆପଣ ମାନେ ଏପରି କିଛି ମେସେଜ୍ ପାଉଛନ୍ତି ତେବେ ତାକୁ ତୁରନ୍ତ ଏହାକୁ ଡିଲିଟ କରନ୍ତୁ । ଏହା ବିଷୟରେ ଆପଣ ମାନଙ୍କ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ଜଣାନ୍ତୁ ।

 

Get real time updates directly on you device, subscribe now.