fbpx

ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ, ଟ୍ୟୁସନ କରିବା ବାହାନାରେ କରୁଥିଲେ ଅସଦାଚରଣ

ବାଲେଶ୍ୱର(ଓଡିଶା ଭାସ୍କର): ଏବେ ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଆଉ ଏଥିରେ ଗିରଫ ହୋଇଛନ୍ତି ଜଣେ ଅଧ୍ୟାପକ ଏବଂ ଛାତ୍ରୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଆର୍ଟ ଏଣ୍ଡ କ୍ରାପ୍ଟ କଲେଜରେ । ଟ୍ୟୁସନ କରିବା ବାହାନାରେ ଛାତ୍ରୀଙ୍କ ସହିତ କରୁଥିଲେ ଅସଦାଚରଣ ।

ସୂଚନା ମୁତାବକ, ବାଲେଶ୍ୱର ଆର୍ଟ ଏଣ୍ଡ କ୍ରାପ୍ଟ କଲେଜର ଅଧ୍ୟାପକ ଶଶାଙ୍କ ଶେଖର ଦାସ ଜଣେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଟ୍ୟୁସନ କରିବା ବାହାନାରେ ନିଜ ଘରେ ଅସଦାଚରଣ କରିଥିଲେ । ତେଣୁ ଛାତ୍ରୀ ଜଣକ ଉକ୍ତ କଲେଜର ଅଧ୍ୟାପିକା ସତ୍ୟବତୀ ଶତପଥୀଙ୍କୁ ଏନେଇ ଅବଗତ କରାଇଥିଲେ । ଆଉ ଅଧ୍ୟାପିକା ମହୋଦୟା ଭିଡିଓ କରିଆଣିବାକୁ ଛାତ୍ରୀଙ୍କୁ କହିଥିଲେ । ଛାତ୍ରୀ ଜଣକ ଭିଡିଓ କରିଆଣିବା ପରେ ଅଧ୍ୟାପିକା ମହୋଦୟା ଜଣେ ପୁରାତନ ଛାତ୍ର ଆଦିତ୍ୟ ଉପାଧ୍ୟାୟଙ୍କୁ ଡାକି ଭିଡିଓ ଡାଉନଲୋଡ କରାଇଥିଲେ । ତେବେ କିଛି ଦିନ ପରେ ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ।

ଏ ସଂକ୍ରାନ୍ତରେ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଅଧ୍ୟାପକକୁ ଗତ ଜୁନ୍ ୨୬ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଭିଡିଓ କେମିତି ଭାଇରାଲ ହେଲା ତାହାର ତଦନ୍ତ କରି ପୋଲିସ ଗତକାଲି ଅଧ୍ୟାପିକା ସତ୍ୟବତୀ ଶତପଥୀ ଓ ପୁରାତନ ଛାତ୍ର ଆଦିତ୍ୟ ଉପାଧ୍ୟାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି କରିତକର୍ମା ଅଧ୍ୟାପିକା ମହୋଦୟା ଭିଡିଓ ଦେଖିଲା ପରେ କାହିଁକି ଛାତ୍ରୀଙ୍କ ଅବିଭାବକ କିମ୍ବା ପୋଲିସକୁ ସୂଚିତ କରାଇନଥିଲେ ଏବଂ କାହିଁକି ନିଜେ ସେ ଭିଡିଓ ଡାଉନଲୋଡ ନ କରି ଜଣେ ପୁରାତନ ଛାତ୍ରଙ୍କୁ ଡାଉନଲୋଡ କରିବା ପାଇଁ ଡକାଇଥିଲେ ?

Get real time updates directly on you device, subscribe now.